ବିଲକିସ୍ ବାନୋ ମାମଲାରେ ଦୋଷୀମାନେ ସରେଣ୍ଡର କରିବାର ଅବଧି ସମ୍ପ୍ରସାରଣ ନିବେଦନ କରିଥିଲେ। ତେବେ ସେମାନଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟରୁ ଝଟକା ଲାଗିଛି।ଅଭିଯୁକ୍ତଙ୍କ ଆତ୍ମସମର୍ପଣ କରିବାର ସମୟ ଜାନୁଆରୀ ୨୧ରେ ଶେଷ ହେଉଛି।ସୁପ୍ରିମକୋର୍ଟ ସବୁ ଆବେଦନକୁ ନିରାଧାର ବୋଲି କହିଛନ୍ତି ଓ ଅବାଞ୍ଛିତ ଆଧାରରେ ଆମେ ସରେଣ୍ଡରର ତାରିଖ ସମ୍ପ୍ରସାରଣ କରିପାରିବୁ ନାହିଁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି। ସବୁ ଦୋଷୀଙ୍କୁ ଜାନୁୟାରୀ ୨୧ ତାରିଖ ସୁଦ୍ଧା ସରେଣ୍ଡର କରିବାକୁ ପଡିବ ବୋଲି କହିଛନ୍ତି। ନିକଟରେ ଗୁଜରାଟ ସରକାରଙ୍କ ଦ୍ୱାରା ଦଣ୍ଡ ମୁକ୍ତକୁ ସୁପ୍ରିମକୋର୍ଟ ବାତିଲ କରି ଦେଇଥିଲେ।
ସୂଚନା ଯୋଗ୍ୟ, ୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କ ସହ ଗଣଦୁଷ୍କର୍ମ ଏବଂ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ଜାନୁଆରୀ ୮ରେ ଗୁଜୁରାଟ ସରକାର ଏହି ମାମଲାରେ ୧୧ ଜଣ ଦୋଷୀଙ୍କୁ କ୍ଷମା ଦେବା ନିଷ୍ପତ୍ତିକୁ ଖଣ୍ଡନ କରି ସୁପ୍ରିମକୋର୍ଟ କହିଥିଲେ ଯେ ଗୁଜୁରାଟ ସରକାରଙ୍କ କ୍ଷମା ଦେବା ନିଷ୍ପତ୍ତି ବିବେକାନୁମୋଦିତ ନୁହେଁ। ଦୁଇ ସପ୍ତାହ ମଧ୍ୟରେ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ କୋର୍ଟ ଦୋଷୀମାନଙ୍କୁ କହିଥିଲେ।