ପିସି ନଦେବାରୁ ବିଲ କରୁ ନାହାଁନ୍ତି ସରକାରୀ ଯନ୍ତ୍ରୀ। ଶେଷରେ ବିଲ୍ କରାଇବା ପାଇଁ ଯନ୍ତ୍ରୀଙ୍କ ପାଦ ଧରି ମୁଣ୍ଡିଆ ମାରିଛନ୍ତି ସରପଞ୍ଚ। ଏଭଳି ଏକ ଦୃଶ୍ୟ ଆସିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରୁ ।ପଞ୍ଚାୟତର ବହୁ ଉନ୍ନୟନମୂଳକ କାମର ବିଲ୍ ହୋଇନି । ଚନ୍ଦ୍ରପୁର ଗାଁ ରାସ୍ତାର ଉନ୍ନତିକରଣ ପାଇଁ ୮ ଲକ୍ଷ ୧୦ ହଜାର ଟଙ୍କା ଏନ୍ଆରଜିଏସ୍ ଅଟକଳ ହୋଇଥିଲା । ପ୍ରାୟ ଦେଢ ଲକ୍ଷ ଟଙ୍କାର କାମ ଶ୍ରମିକ କରିଥିବାବେଳେ ୬୫ ହଜାର ଟଙ୍କା ବିଲ୍ ହୋଇଛି । ଆଉ ବଳକା ବିଲ୍ ପାଇଁ ପିସି ମାଗିଥିଲେ ଯନ୍ତ୍ରୀ । ପର୍ଯ୍ୟାୟ କ୍ରମେ ପିସି ଦେଇ ନଥିବାରୁ ତାଙ୍କ ଅବଶିଷ୍ଟ ବିଲ୍ କରାଯାଇ ନଥିବା ଏବଂ ସମସ୍ତ ପ୍ରକଳ୍ପକୁ ଅଧାରୁ ବନ୍ଦ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏଣୁ କାମ କରିଥିବା ଲୋକମାନେ ସେମାନଙ୍କ ପ୍ରାପ୍ୟ ମାଗି ତାଙ୍କୁ ନାକେଦମ୍ କରୁଥିବାରୁ ସେ, ଯନ୍ତ୍ରୀଙ୍କ ଗୋଡ଼ ଧରି ବିଲ କରାଇଦେବାକୁ ନେହୁରା ହୋଇଛନ୍ତି ବୋଲି କହିଛନ୍ତି ସରପଂଚ ।