ରାୟଗଡ଼. ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲୋକଙ୍କ ଅଭିଯୋଗ ଶୁଣାଣି କୁ ବ୍ଲକ ସ୍ତରରୁ ରାଜଧନୀ ରେ ଖୋଦ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଉଛନ୍ତି l ଉପାନ୍ତ ଅଂଚଳରେ ଅଭିଯୋଗ ଶୁଣାଣି କୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଖାମଖିଆଲି ନୀତି ବାରମ୍ବାର ଦେଖିବାକୁ ମିଳିଛି l
ଏଭି ଘଟଣା ରାୟଗଡ ଜିଲ୍ଲାରେ ଦୀର୍ଘଦିନ ହେଲାଣି ଚାଲିଆସୁଥିଲା l ହେଲେ ପୂର୍ବରୁ ଖୋଦ ଜିଲ୍ଲାପାଳ ବିଳମ୍ବ ବିଭାଗୀୟ ଅଧିକାରୀଙ୍କୁ ସୁହାଇଥିଲା l ଯେଉଁଥି ପାଇଁ ଅଧିକାରୀ ମାନେ କିଏ ଆସୁନଥିଲା ତା ଆଉ କିଏ ପ୍ରକୋଷ୍ଠ ଆରମ୍ଭ ର ନିର୍ଧାରିତ ସମୟରେ ପହଞ୍ଚୁ ନଥିଲେ l ରାୟଗଡ ରେ ନୂତନ ଭାବେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଦାୟତ୍ୱ ନେବା ପରେ ଜିଲ୍ଲାପାଳ ଠିକ ସମୟ ପୂର୍ବରୁ ଅଭିଯୋଗ ପ୍ରକୋଷ୍ଟ ରେ ଆସୁଥିଲେ ହେଁ ବିଭାଗୀୟ ଅଧିକାରୀ ଙ୍କ ବିଳମ୍ବ ଅଭ୍ୟସ୍ତ ପରିବର୍ତନ ହୋଇ ନଥିଲା l ଯାହା ଫଳରେ ଆଜିର ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ବିଳମ୍ବରେ ଯୋଗ ଦେଇଥିବା ଜିଲ୍ଲା ସ୍ତରୀୟ ଅଧିଳାରୀଙ୍କ ଉପରେ ଆଖି ଦୃଶିଆ ପଦକ୍ଷେପ ନେଇଛନ୍ତି ଜିଲ୍ଲା ପାଳ ଶ୍ରୀ କୁଲକରଣୀ । ଆଜି ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଆସିଥିବା ପ୍ରାୟ ୧୨ ଜଣ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଶୁଣାଣି ପ୍ରକୋଷ୍ଠ ଭିତରକୁ ପ୍ରବେଶ କରିବା ପାଇଁ ଜିଲ୍ଲାପାଳ ବାରଣ କରି ସମୟାନୁବର୍ତ୍ତିତା କୁ ନେଇ ଅଧିକାରୀଙ୍କୁ ଚରମବାଣୀ ଶୁଣାଇ ଛନ୍ତି ସେଥିରୁ ଉପ ଜିଲ୍ଲାପାଳ ବି ବାଦ ପଡ଼ିନାହାନ୍ତି l ଯାହାଫଳରେ ଅଧିକାରୀଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ଯାହାକି ଅଧିକାରୀ ମାନେ ପ୍ରକୋଷ୍ଠ ଭିତରକୁ ପଶି ପାରିନଥିଲେ , ପାଖରେ ଥିବା ଅନ୍ୟ ଏକ କୋଠରିରେ ବସିଥିବା ଦେଖିବାକୁ ମିଳିଛି I ଆଜି ଚଳିତ ବର୍ଷ ୨୦୨୬ର ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସଦରମହକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚାଲିଥିଲା I ନିର୍ଦ୍ଧାରିତ ସମୟ ଦିନ ଦଶଟାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଠିକ ସମୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପହଞ୍ଚି ସାରିଥିଲେ ମଧ୍ୟ ଅଧିକାଂଶ ଜିଲ୍ଲା ସ୍ତରୀୟ ଅଧିକାରୀ ଶୁଣାଣି ରେ ପହଞ୍ଚି ନଥିଲେ I ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ତୁରନ୍ତ ସୁରକ୍ଷା କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କୁ ବିଳମ୍ବରେ ଆସିଥିବା ଅଧିକାରୀଙ୍କୁ ଅଭିଯୋଗ ପ୍ରକୋଷ୍ଠ ଭିତରକୁ ନ ଛାଡିବା ପାଇଁ ନିର୍ଦେଶ ଦେଇଥିଲେ I ଏପରିକି ରାୟଗଡା ଉପଜିଲ୍ଲାପାଳଙ୍କୁ ମଧ୍ୟ ବିଳମ୍ବରେ ଆସିବାରୁ ଭିତରକୁ ଛଡା ଯାଇନଥିଲା I ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତ, ସମବାୟ ଉପନିବନ୍ଧକ ତଥା ଡି ଆର ସି ଏସ ଜନ୍ମେଞ୍ଜୟ ମହାପାତ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂର୍ଯ୍ୟ ନାରାୟଣ ମହାରଣା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତି ଦେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ରାୟଗଡା ବି ଡି ଓ ସୁଜିତ କୁମାର ମିଶ୍ର, ଜଙ୍ଗଲ ବିଭାଗର ଏ ସି ଏଫ ଅଶୋକ ପ୍ରଧାନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀ ଜିଲ୍ଲା ଶିକ୍ଷା ନିରୀକ୍ଷକ ଶ୍ୟାମଘନ ଭୂୟାଁ , ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂର୍ଯ୍ୟ ନାରାୟଣ ମହାରଣା, ଜିଲ୍ଲା ଯୋଗାଣ ଅଧିକାରୀ ଦାଶରଥି ସୋରେନ ଏଭଳି ପ୍ରାୟ ଅନ୍ୟ କିଛି ଅଧିକାରୀଙ୍କୁ ଶୁଣାଣି ପ୍ରକୋଷ୍ଠକୁ ଛଡ଼ାଯାଇନାହିଁ I ଅପ୍ରିତିକର ପରିସ୍ଥିତିରେ ପଡିଯାଇଥିବା ଯୋଗୁଁ ଅଧିକାରୀ ମାନେ ବାଧ୍ୟ ହୋଇ ଶୁଣାଣି ପ୍ରକୋଷ୍ଠ ପାର୍ଶ୍ୱରେ ଥିବା ଇନୋଭେସନ ସେଲ ରେ ବସି ରହିଥିଲେ I ଅଭିଯୋଗ ଶୁଣାଣି ଶେଷ ହୋଇଯାଇଥିଲେ ମଧ୍ୟ ଶୁଣାଣୀ ପ୍ରକୋଷ୍ଠ ଭିତରକୁ ପ୍ରବେଶ କରି ପାରିନଥିଲେ ଅଧିକାରୀ । ବାହାରେ ବସି ଶୁଣାଣି ସରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। I ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଅଧିକାରୀଙ୍କ ମହଲରେ କୋକୁଆ ଭୟ ସୃଷ୍ଟି କରିଛି I ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ଜିଲ୍ଳାର ବୁଦ୍ଧିଜୀବି ଓ ଜିଲ୍ଲାବାସୀ ତଥା ଯୋଗ ଉକ୍ତ ଶୁଣାଣୀ କାର୍ଯ୍ୟକ୍ରମରେ ଦେଇଥିବା ବହୁ ଅଭିଯୋଗକାରୀ ସମର୍ଥନ କରିବା ସହ ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ଜିଲ୍ଲାବାସୀ ବାହାବା ଦେବା ସହ ଏଭଳି ସୁଶାସନ କୁ ସାଧୁବାଦ୍ ଜଣାଇଛନ୍ତି I
