କଳାହାଣ୍ଡି ଜିଲା ଭବାନୀପାଟଣାର ଜଣାଶୁଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ହୋଇଥିଲା। ସ୍କ୍ରବ ଟାଇଫସରେ ତାଙ୍କ ମୃତ୍ୟୁ ହେଇଥିବା ଡାକ୍ତର କହୁଥିବା ବେଳେ ତାଙ୍କ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ମାନସିକ ନିର୍ଯ୍ୟାତନା ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୋମବାର ଭବାନୀପାଟଣା ଟାଉନ ଥାନାରେ ପହଁଚି ରୁକସାନା ବାନୁଙ୍କ ମାଆ ଓ ଭଉଣୀ ଏତଲା ଦେଇଛନ୍ତି । ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏହି ଘଟଣାରେ ସମ୍ବଲପୁରୀ ଗାୟକ ରୁକୁ ସୁନା ଓ ତାଙ୍କ ୨ ସହଯୋଗୀଙ୍କ ହାତ ରହିଥିବା ଅଭିଯୋଗ ହୋଇଛି ।