ବିଶିଷ୍ଟ ବ୍ୟବସାୟୀ ରଘୁ ସାମନ୍ତରାୟଙ୍କ ପିତୃ ବିୟୋଗ।

ରାୟଗଡ଼ – ରାୟଗଡ଼ ସହର ର ବିଶିଷ୍ଟ ବ୍ୟବସାୟୀ ରଘୁ ସାମନ୍ତରାୟଙ୍କ ପିତା ନୀଳାଦ୍ରି ସାମନ୍ତରାୟଙ୍କ ବିୟୋଗ।ସ୍ଵର୍ଗତ ନୀଳାଦ୍ରି ସାମନ୍ତରାୟ ଗତ କିଛି ମାସ ତଳେ ଶରୀର ଅସୁସ୍ଥତା କାରଣରୁ ଭିସାଖାପାଟଣା ଏଵଂ ବେଙ୍ଗଲୁର ରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ଘରେ ପରିବାର ବର୍ଗଙ୍କ ଦ୍ଵାରା ବେଶ୍ ସୂଚାରୁ ରୁପେ ସ୍ବାସ୍ଥ୍ୟସେବା ଅତି ଯତ୍ନର ସହିତ କରାଯାଉଥିଲା। ଶୁକ୍ରବାର ଦିନ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ। ସେ ବିଶ୍ରାମ ନେଉଥିବା ସମୟରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଛି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।ସ୍ଵର୍ଗତ ନୀଳାଦ୍ରି ସାମନ୍ତରାୟଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସ୍ଵର୍ଗତ ନୀଳାଦ୍ରି ସାମନ୍ତ ରାୟ ଙ୍କ ବିୟୋଗରେ ଦୁଇ ପୁଅ ଜଗନ୍ନାଥ ସାମନ୍ତରାୟ ଓ ରଘୁନାଥ ସାମନ୍ତରାୟଙ୍କ ସମେତ ସ୍ଵର୍ଗତ ନୀଳାଦ୍ରିଙ୍କ ଦୁଇ ଭାଇ ବିଜୟ ସାମନ୍ତରାୟ ଓ ଗୋପିନାଥ ସାମନ୍ତରାୟ ଏବଂ ପରିବାର ବର୍ଗ ଉପସ୍ଥିତ ଥିଲେ। ସ୍ଵର୍ଗତ ନୀଳାଦ୍ରି ସାମନ୍ତରାୟ ଜଣେ ମେଳାପି, ନିଃସ୍ଵାର୍ଥପର , ମିଷ୍ଟଭାଷୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ଛୋଟ ବ୍ୟବସାୟ କରି ନିଜ ସଂଘର୍ଷମୟ ଜୀବନରେ ବହୁତ କଷ୍ଟ ସହି ନିଜ ଦୁଇ ପୁଅଙ୍କୁ ବଡ଼ କରି ସମାଜରେ ଜଣେ ସଫଳ ବ୍ୟବସାୟୀ ଭାବରେ ସେ ନିଜ ପରିଚୟ ଛାଡ଼ି ଯାଇଛନ୍ତି।ଏହି ଦୁଃଖଦ ସମୟରେ ସ୍ଥାନୀୟ ବାସିନ୍ଦା ସ୍ଵର୍ଗତ ନୀଳାଦ୍ରି ସାମନ୍ତରାୟଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏହି ଘଡି ସନ୍ଧି ମୁହୂର୍ତ୍ତରେ ଭଗବାନ ତାଙ୍କ ପରିବାର ବର୍ଗଙ୍କୁ ଧର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

ଅଧିକ ପଢନ୍ତୁ