ବିଶିଷ୍ଟ ଲେଖିକା ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କୁ ମିଳିବ ସାହିତ୍ୟ ଏକାଡେମୀ ଫେଲୋସିପ୍‌

ବିଶିଷ୍ଟ ଲେଖିକା ପଦ୍ମଭୂଷଣ ଡ. ପ୍ରତିଭା ରାୟ, ଅମଦୁସ ସମଦ୍‌ ଓ ଲକ୍ଷ୍ମୀ ଖିଲାଣୀଙ୍କୁ ମିଳିବ ସାହିତ୍ୟ ଏକାଡେମୀ ଫେଲୋସିପ୍‌। ଏନେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି।ଏକାଡେମୀ ଫେଲୋସିପ ସାହିତ୍ୟ ଏକାଡେମୀର ସବୁଠୁ ବଡ଼ ମର୍ଯ୍ୟାଦାସଂମ୍ପନ୍ନ ସାହିତ୍ୟ ସ୍ୱୀକୃତି l ଆସନ୍ତା ଦିନରେ ଏକାଡେମୀ ପକ୍ଷରୁ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ଫେଲୋସିପି ପ୍ରଦାନ କରାଯିବ । ଏନେଇ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ ବୋଲି ଏକାଡେମୀ ସଚିବ ପଲ୍ଲବୀ ପ୍ରଶାନ୍ତ ହୋଲକର ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି l

ଅଧିକ ପଢନ୍ତୁ