ବିଶ୍ୱବାସୀ ଖାଇବେ କୋରାପୁଟ ଚାଉଳ- କେନ୍ଦ୍ର କୃଷି ମନ୍ତ୍ରୀ

କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିଛନ୍ତି ।କେନ୍ଦ୍ରମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧିନ ସିଂ ଦେବ ସାମିଲ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ବହୁମୁଖୀ ଯୋଜନାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ୨୩ ଶହ ଟଙ୍କା ଧାନକୁ ୩୧ ଶହ ଟଙ୍କାରେ କିଣିଛନ୍ତି। ଏବେ ଓଡ଼ିଶାର କୋରାପୁଟର ଚାଉଳ ବିଶ୍ୱ ବଜାରରେ ପହଞ୍ଚିବ ।କୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଏବଂ ଚାଷୀ ହେଉଛି ଏହାର ଆତ୍ମା। ଯେତେବେଳେ ଜଣେ ଚାଷୀ କ୍ଷେତରେ ବିହନ ବୁଣେ, ସେ କେବଳ ବିହନ ବୁଣେ ନାହିଁ, ସେ ଜୀବନ ବୁଣେ।ଏଭଳି ଚାଉଳ ବିଶ୍ୱରେ କେଉଁଠାରେ ନାହିଁ । ସେ ଆହୁରି କହିଛନ୍ତି ଯେ, ”ଭାରତ ଚଳିତ ବର୍ଷ ୩୫୩୯.୫୯ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟ ଶସ୍ୟ ଉତ୍ପାଦନ କରିଛି। ଯାହା ଗତ ବର୍ଷ ତୁଳନାରେ ୨୧୬.୬୧ ଲକ୍ଷ ମେଟ୍ରିକ୍ ଟନ୍ ଅଧିକ । ତେବେ ଭାରତ କେବଳ ଭାରତୀୟଙ୍କୁ ଖାଦ୍ୟ ଯୋଗାଇବ ନାହିଁ ଆମକୁ ସାରା ବିଶ୍ବର ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ପଡ଼ିବ । ତେଣୁ ମୁଁ ଆଇସିଏଆରର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଉଛି ଯେଉଁମାନେ ପ୍ରୟୋଗଶାଳାରେ ନିରନ୍ତର ପରୀକ୍ଷଣ କରି ନୂତନ ବିହନ ପ୍ରସ୍ତୁତ କରୁଛନ୍ତି ।ସେମାନେ ଯାହା କରୁଛନ୍ତି ତାହା ଦେଶର ସେବା ସେମାନେ ବହୁତ ପୂର୍ଣ୍ଣ ଅର୍ଜନ କରୁଛନ୍ତି”।

ଅଧିକ ପଢନ୍ତୁ

kc ads