ବିଶ୍ବର ସର୍ବୋଚ୍ଚ ଶୃଙ୍ଘ ଏଭରେଷ୍ଟର ବେସ୍ କ୍ୟାମ୍ପକୁ ଆଉ ଜଣେ ଓଡ଼ିଆ ମହିଳା ମମତା ରାଉତ ସଫଳତାର ସହିତ ଆରୋହଣ କରିଛନ୍ତି।ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ଗ୍ରାମର ମମତା ରାଉତ ବ୍ୟାଙ୍ଗଲୋରର ଷ୍ଟାଣ୍ଡାର୍ଡ ଚାର୍ଟାଡ଼ ବ୍ୟାଙ୍କରେ ସିନିଅର ଟେକ୍ନିକାଲ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ବେଳେ ଶୀତକାଳୀନ ଛୁଟିରେ ଯାଇ ଏଭରେଷ୍ଟ ଵେସ କ୍ୟାମ୍ପ ଆରୋହଣ କରିଛନ୍ତି।ସେ କୌଣସି ପେଷାଗତ ଦୁଃସାହସିକ କ୍ରୀଡ଼ାବିତ୍ ନୁହଁନ୍ତି। ସ୍ବାମୀ ସମରେଶ ଲେଙ୍କା ଓ ଦୁଇ ପୁଅଙ୍କୁ ନେଇ ମମତାଙ୍କ ପରିବାର।ବିନା ପ୍ରଶିକ୍ଷଣରେ ସେ ଏଭଳି ଏକ ଦୁଃସାହାସିକ କାର୍ଯ୍ୟ କରିବା ପାଇଁ ବାହାରି ଥିଲେ। ସେ ହିମାଳୟ ଓଣ୍ଡର ସଂସ୍ଥା ପକ୍ଷରୁ ଡିସେମ୍ବର ୨୫ ତାରିଖରେ ଏଭରେଷ୍ଟ ଵେସ କ୍ୟାମ୍ପ ଆରୋହଣ କରିଥିଲେ।
୫ ହଜାର ୩୬୪ ମିଟର ଉଚ୍ଚ ଏଭରେଷ୍ଟ ବେସ କ୍ୟାମ୍ପ ଓ ୫୫୫୦ ମିଟର କଳାପଥରରେ ଜାନୁଆରୀ ୧ ତାରିଖରେ ପହଞ୍ଚି ଥିଲେ। ଜାନୁଆରୀ ୫ ତାରିଖରେ ଏଭରେଷ୍ଟ ପାଦ ଦେଶରେ ପହଞ୍ଚି ଯାଇଥିଲେ।ବେସ୍ କ୍ୟାମ୍ପରେ ପହଞ୍ଚିବା ପରେ ଭାରତୀୟ ଜାତୀୟ ପତାକା ଉଡାଇବା ନେଇ ବହୁତ ଭାବବିହ୍ବଳ ହୋଇଯାଇଥିଲି ବୋଲି ମମତା କହିଛନ୍ତି।
ଏଭରେଷ୍ଟର ବେସ୍ କ୍ୟାମ୍ପରେ ସାଧାରଣତଃ ଅମ୍ଲଜାନ ସ୍ତର ୫୦ ପ୍ରତିଶତକୁ ଖସି ଆସିଥାଏ। ଚଢିବା ଅପେକ୍ଷା ଓହ୍ଲାଇବା ସବୁଠାରୁ କଷ୍ଟକର। ଆମ ଗ୍ରୁପରେ ରହିଥିବା ୭ଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ଅମ୍ଲଜାନ ସ୍ତର ୫୦କୁ ଖସି ଆସିଥିଲ। ଯାହା ଫଳରେ ସେମାନଙ୍କୁ ଏୟାରଲିଫ୍ଟ କରିବାକୁ ପଡ଼ିଥିଲା। ମୋ ଅମ୍ଲଜାନ ସ୍ତର ୭୮ରୁ ୭୯ ମଧ୍ୟରେ ରହୁଥିଲା ବୋଲି ମମତା କହିଛନ୍ତି।