ବିଶ୍ୱ ସମ୍ମିଳନୀରେ ଶୁଭିଲାନି ଜାତୀୟ ସଂଗୀତ

ବିଶ୍ୱସ୍ତରୀୟ ସମ୍ମିଳନୀରେ ଶୁଭିଲାନି ଜାତୀୟ ସଂଗୀତ। ବିଶ୍ୱବାସୀଙ୍କୁ ସ୍ୱାଗତ ପାଇଁ ଭବ୍ୟ ବ୍ୟବସ୍ଥା। ହେଲେ ବିଶ୍ୱବାସୀଙ୍କ ଆଗରେ ଭୁଲିଗଲେ ଜାତୀୟ ସଂଗୀତ ପରିବେଷଣ। ଆମେ କହୁଛୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା ତିନି ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ କଥା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ ସମ୍ମେଳନର ଶୁଭାରମ୍ଭ କରିଛନ୍ତି। ମାତ୍ର ଦୁଃଖର ବିଷୟ କାର୍ଯ୍ୟକ୍ରମ ଆରମ୍ଭରୁ ଶୁଭିନଥିଲା ଜାତୀୟ ସଂଗୀତ। ନାଁ ଜାତୀୟ ସଂଗୀତ, ନାଁ ରାଜ୍ୟ ସଂଗୀତ ପରିବେଷିତ ହୋଇଥିଲା। ଯାହାକୁ ନେଇ ଅନେକ କ୍ଷୋଭ ପ୍ରକାଶ କରିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି ଦାୟିତ୍ୱହୀନ କାର୍ଯ୍ୟକୁ କେବେ ବି କ୍ଷମା ଦେବେନି ବୋଲି ଅନେକ ମତ ଦେଇଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital