ବିହାରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ବଡ଼ ଦାୟିତ୍ୱ

ବିହାର ନିର୍ବାଚନ ତାରିଖ ଘୋଷଣା ହୋଇନି ସତ କିନ୍ତୁ ଏହା ପୂର୍ବରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛି ବିଜେପି । ଭାରତୀୟ ଜନତା ପାର୍ଟି ଗୁରୁବାର ଏକ ବଡ଼ ଘୋଷଣା କରିଛି। ଭାଜପା ବିହାର ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରଭାରୀ ଘୋଷଣା କରିଛି। ଦଳ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ନିର୍ବାଚନ ପାଇଁ ପ୍ରଭାରୀ ଭାବରେ ନିଯୁକ୍ତ କରିଛି |ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି । ସାଂସଦ ବିପ୍ଳବ ଦେବଙ୍କୁ ସହ-ପ୍ରଭାରୀ ନିଯୁକ୍ତ କରାଯାଇଥିବା ବେଳେ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ରାଜ୍ୟମନ୍ତ୍ରୀ ମୁରଲୀଧର ମାହୋଲଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରିଛି ଦଳ ।ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଦୃଢ଼ ଦଖଲ ଅଛି। ଟିଏମସିର ଗଡ଼କୁ ହଲାଇବା କୌଣସି ଦଳ ପାଇଁ ସହଜ ହେବ ନାହିଁ। ଭାଜପା କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କଠାରୁ ବହୁତ ଆଶା ରଖିବ। ଭୂପେନ୍ଦ୍ର ଯାଦବଙ୍କର ଭଲ ସାଂଗଠନିକ ଅଭିଜ୍ଞତା ଅଛି। ୨୦୨୬ରେ ବଙ୍ଗଳାରେ ନିର୍ବାଚନ ହେବାକୁ ଯାଉଛି, ଯାହା ତାଙ୍କୁ ପ୍ରସ୍ତୁତି ପାଇଁ ସମୟ ଦେବ।

ଅଧିକ ପଢନ୍ତୁ

Odisha Darpan Digital