ବିହାରର ମୁହାନିଆରେ ଓଲଟିଲା ଓଡ଼ିଶା ବସ୍‌ ।

ବିହାରରେ ଓଲଟିଲା ଓଡ଼ିଶା ବସ୍ । ବିହାର ମୁହାନିଆରେ ଓଲଟିଲା ଓଡ଼ିଶା ବସ୍ ।ଯାତ୍ରୀବାହୀ ବସ୍ ଓଲଟିବା ଯୋଗୁ ୩୫ ଯାତ୍ରୀ ଆହତ ହୋଇଥିବାବେଳେ ୩ ଗୁରୁତର ଥିବା ଜଣାପଡ଼ିଛି ।ଉତ୍ତର ପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ଯାଉଥିବାବେଳେ ଘଟିଲା ଏହି ଦୁର୍ଘଟଣା । ସୂଚନାମୁତାବ, ଭୋଗରାଇରୁ ୭୦ ଯାତ୍ରୀ ମହାକୁମ୍ଭ ମେଳା ଯାଉଥିଲେ । ଉଭୟ ଆହତ ଓ ଗୁରୁତରମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ବସ୍‌ରେ ମହିଳା, ପୁରୁଷ ସହ ୧୦ ଜଣ ଯାତ୍ରୀ ଆହତ ହୋଇ ସେଠାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ୩ ଜଣ ଯୁବକ ଗୁରୁତର ହୋଇ ଡାକ୍ତରଖାନା ଆଇସିୟୁରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ସେମାନେ ହେଲେ ଭୋଗରାଇ ବ୍ଲକ କୁମାର ସରିସା ଗ୍ରାମର ସୁବାସ ବେହେରା( ୪୨), ଫୁଲବଣୀ ଗ୍ରାମର ବାପି ସାସମଲ (୩୫)ଓ ନଗୁଆଁ ଗ୍ରାମର ରାଜକିଶୋର ସାହୁ( ୫୦) । ଦୁର୍ଘଟଣା ଘଟାଇଥିବା ବସ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି | ଅପରପକ୍ଷରେ ଗୁରୁତର ଓ ଆହତ ହୋଇଥିବା ଯାତ୍ରୀଙ୍କ ପରିବାର ପକ୍ଷରୁ ସମସ୍ତେ ବିଚଳିତ, ଚିନ୍ତାଗ୍ରସ୍ତ ଓ କାନ୍ଦବୋବାଳିରେ ସମଗ୍ର ଅଞ୍ଚଳ ଦୁଃଖରେ ଭାଙ୍ଗିପଡ଼ିଛି।

ଅଧିକ ପଢନ୍ତୁ