ବୁକିଂର ୪୮ ଘଣ୍ଟା ମଧ୍ୟରେ ଟିକେଟ୍ ବାତିଲ କଲେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ

ବିମାନ ଯାତ୍ରୀଙ୍କୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛି । ଯଦି ୪୮ ଘଣ୍ଟା ମଧ୍ୟରେ ବୁକ୍ ହୋଇଥିବା ବିମାନ ଟିକେଟ୍ ବାତିଲ କରାଯାଏ, ତେବେ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ନୂତନ ସଂଶୋଧିତ DGCA ନିୟମ ଅନୁଯାୟୀ, ଯଦି ଟିକେଟ୍ ସିଧାସଳଖ ଏୟାରଲାଇନ୍ସର ୱେବସାଇଟ୍ ମାଧ୍ୟମରେ ବୁକ୍ କରାଯାଏ, ତେବେ ଯାତ୍ରୀମାନେ ବୁକିଂର ୪୮ଘଣ୍ଟା ମଧ୍ୟରେ ସେମାନଙ୍କର ଟିକେଟ୍ କୌଣସି ଅତିରିକ୍ତ ଦେୟ ବିନା ବାତିଲ କରିପାରିବେ । ଏହା ବ୍ୟତୀତ, ଯଦି ଟିକେଟରେ ନାମ ତ୍ରୁଟି ଥାଏ ଏବଂ ଯାତ୍ରୀ ୨୪ ଘଣ୍ଟା ମଧ୍ୟରେ ଏହାକୁ ସଂଶୋଧନ କରନ୍ତି, ତେବେ କୌଣସି ଦେୟ ନିଆଯିବ ନାହିଁ । ଏହି ସୁବିଧା କେବଳ ଅନଲାଇନ୍ ବୁକିଂ କରୁଥିବା ଯାତ୍ରୀମାନଙ୍କ ପାଇଁ ପ୍ରଯୁଜ୍ୟ।ଯଦି ଟିକେଟ୍ ଟ୍ରାଭେଲ୍ ଏଜେଣ୍ଟ କିମ୍ବା ଅନଲାଇନ୍ ପୋର୍ଟାଲ ମାଧ୍ୟମରେ କିଣାଯାଇଥାଏ, ତେବେ ବିମାନ କମ୍ପାନୀ ଟଙ୍କା ଫେରସ୍ତ ପାଇଁ ଦାୟୀ ରହିବ । ଡିଜିସିଏ ୧୪ କାର୍ଯ୍ୟ ଦିବସ ମଧ୍ୟରେ ସମସ୍ତ ଟଙ୍କା ଫେରସ୍ତ ପ୍ରକ୍ରିୟାକରଣ କରିବାକୁ ବିମାନ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ଡିସେମ୍ବର ୨୦୨୫ରେ ବିମାନ ଟିକେଟ ଫେରସ୍ତ ଏବଂ ଇଣ୍ଡିଗୋ ବିମାନରେ ସମସ୍ୟା ସମ୍ପର୍କରେ ଅଭିଯୋଗ ଆସିବା ପରେ DGCA ଏହି ପରିବର୍ତ୍ତନ କରିଥିଲା।

ଅଧିକ ପଢନ୍ତୁ