ରାୟଗଡ଼ା/ କଲ୍ୟାଣସିଂହପୁର(୦୫/୦୩ ):- ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ବୁଡ଼ାଗୁଡା ଆର୍ ଏମ୍ ସି ଠାରେ ସୋମବାର ବାର ଦିନ ଚାଷୀଙ୍କ ଏକାଉଣ୍ଟ୍ କୁ ଟଙ୍କା ନ ଆସିଥିବା ନେଇ ହଟ୍ଟଗୋଳ ହେବା ଦେଖିବାକୁ ମିଳିଥିଲା ଏହା ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ବୁଧବାର ଦିନ ଉପରିସ୍ଥ ଅଧିକାରୀ ଏହାକୁ ଗୁରୁତ୍ଵ ସହ ନେଇ ଏହାର ଅନୁଧ୍ୟାନ କରି ସମସ୍ୟାର ସମାଧାନ କରିଥିଲେ ଏବଂ ମଙ୍ଗଳ ବାର ହିଁ ଉକ୍ତ ଚାଷୀଙ୍କ ଏକାଉଣ୍ଟ୍ କୁ ଟଙ୍କା ଆସିଥିଲା ଏଥିପାଇଁ ଉକ୍ତ ଚାଷୀ ବିଶିକେସନ ନେମାଲପୁରି ସମସ୍ତଙ୍କୁ ଧନ୍ୟବାଦ୍ ଜଣେଇଛନ୍ତି । ରାୟଗଡ଼ା ମୂଖ୍ୟ ଅଧିକାରୀ ଏ ଆର୍ ସି ଏସ ଜନ୍ମେଜୟ ମହାପାତ୍ର ଙ୍କ ସହ ଏସ ସି ସି ଓ ରାୟଗଡ଼ା, ଆର୍ ଏମ୍ ସି ସେକ୍ରେଟାରୀ ନିଜେ ମଣ୍ଡି କୁ ଆସି ସ୍ଥିତି ଅନୁଧ୍ୟାନ କରିବା ସହ ମଣ୍ଡି ସୁରୁଖରେ ଚାଲିବା ନେଇ ଅଧିକାରୀ ତଥା କର୍ମଚାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ ଆର୍ ଏମ୍ ସି ଲେମ୍ପ ଏମ୍ ଡି ଚିନ୍ମୟ ତ୍ରିପାଠୀ, ଏମ୍ ଆଇ କଲ୍ୟାଣସିଂହପୁର, ମିଲରସ୍ସ , କଲ୍ୟାଣସିଂହପୁର ମଣ୍ଡଳ ବିଜେପି ସଭାପତି ଅଜିତ୍ ପାଣିଗ୍ରାହି , ସ୍ଥାନୀୟ ଚାଷୀ ପ୍ରମୁଖ ଉପସ୍ଥିତ ରହିଥିଲେ।
