ବୁଣାକାର ଶ୍ରମିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର

ବଢ଼ିଲା ବୁଣାକାରଙ୍କ ଭତ୍ତା । ପୁରୁଷ ବୁଣାକାର ଶ୍ରମିକଙ୍କ ଭତ୍ତାରେ ୬ ହଜାର ଟଙ୍କା ବୃଦ୍ଧି ଘୋଷଣା କଲେ ମୋହନ ମାଝୀ ।ସେହିପରି ମହିଳା କର୍ମଚାରୀଙ୍କ ଭତ୍ତା ୭ ହଜାରଟଙ୍କାକୁ ବୃଦ୍ଧି କରିବା ନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।ସୂଚନାଯୋଗ୍ୟ, ଲୋକସେବା ଭବନରେ ଶୁକ୍ରବାର ଓଡ଼ିଶା ଟେକ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ୬ଟି ଟେକ୍ସଟାଇଲ ପାର୍କର ମଧ୍ୟ ଉଦ୍ଘାଟନ କରିଛନ୍ତି। ବଲାଙ୍ଗୀର, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, କଟକ ଏବଂ ଗଞ୍ଜାମ ଜିଲାରେ ଟେକ୍ସଟାଇଲ ପାର୍କ ଉଦ୍ଘାଟିତ ହୋଇଛି।କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୋହନ କହିଛନ୍ତି, ଓଡ଼ିଶାର ବସ୍ତ୍ର ପୂରା ଭାରତରେ ପହଞ୍ଚିବ । ସମ୍ବଲପୁର, ମାଣିଆବନ୍ଧ, ବ୍ରହ୍ମପୁର ଶାଢ଼ୀ ଲୋକପ୍ରିୟ ।

ରୋଜଗାର କ୍ଷେତ୍ରରେ ବୃଦ୍ଧି ଆରମ୍ଭ ଲକ୍ଷ୍ୟ ବୋଲି ମୋହନ ମାଝୀ କହିଛନ୍ତି । ସବୁକ୍ଷେତ୍ରରେ ବ୍ୟବସାୟୀଙ୍କୁ ସ୍ଥାନ ଦିଆଯିବ ।୩୩ ଏମଓୟୁ ସ୍ୱାକ୍ଷରିତ, ୭୮୦୮ କୋଟି ପୁଞ୍ଜୀ ନିବେଶ ସାଙ୍ଗକୁ ରାଜ୍ୟରେ ୫୩ ହଜାର ୩୦୦ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ପଢନ୍ତୁ