କଟକ ଜିଲ୍ଲା କିଶନନଗର ଥାନା ବାରଦା ପଞ୍ଚାୟତ ମହାନଦୀ କୂଳ ନାନକାର ଗଡାରେ ଥିବା ଏକ ବୁଦା ମୂଳରେ ୧୫ ଫୁଟର ଅଜଗର ସାପ ବୁଲା ବୁଲି କରୁଥିବା ସ୍ଥାନୀୟ ଲୋକେ ଦେଖି ପାଇଥିଲେ। ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଖବର ପାଇ ସାପକୁ ଉଦ୍ଧାର କରିଥିଲେ । ଏକ ପଞ୍ଜୁରୀ ସାହାଯ୍ୟରେ ଚୌଦ୍ଵାର ଡମ ଡ଼ମଣି ଜଙ୍ଗଲରେ ଛାଡ ଯାଇଛି | ହୁଏତ ଏହି ଅଜଗର ସାପ ବନ୍ୟା ପାଣିରେ କେଉଁଠୁ ଭାସି ଆସିଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି | ତେବେ ଏହା କାହାର କ୍ଷତି କରି ନାହିଁ |