ରାଜଧାନୀରେ ଚାଞ୍ଚଲ୍ୟ । ପରିତ୍ୟକ୍ତ ସି-ସୋର୍ କୋଠାରୁ ମିଳିଛି ଛାତ୍ରଙ୍କ ମୃତଦେହ । ମୃତକ ସୁମନ ବିଶ୍ବାଳ ଏକ ଘରୋଇ କଲେଜରେ ବିସିଏ ଦ୍ବିତୀୟ ବର୍ଷର ଛାତ୍ର ଥିଲେ ।ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି କେହି ଝୁଲାଇ ଦେଇଛି ତାହା ସ୍ପଷ୍ଟ ହୋଇନି । ତେବେ ତାଙ୍କ ପ୍ୟାକେଟ୍ରୁ ସୁଇସାଇଡ ନୋଟ ମିଳିଥିବାରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।ଖବର ପାଇ ଇନ୍ଫୋସିଟି ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।
ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚିଛନ୍ତି । ମୃତଦେହ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ବିଭିନ୍ନ ଦିଗକୁ ନେଇ ଛାନ୍ଭିନ୍ ଚଳାଇଛି ପୋଲିସ । ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହେବା ନେଇ ସୂଚନା ଦେଇଛି ପୋଲିସ ତେବେ ଉକ୍ତ ଚିଠିରେ ବାପାଙ୍କ ଉଦ୍ଦେଶ୍ୟରେ କିଛି ଲେଖାଯାଇଥିଲା ବାପା, ଭଲ ପୁଅ ହୋଇ ପାରିଲନି ମୋତେ କ୍ଷମା କରିଦିଅ।