ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲରେ ସାମ୍ନାକୁ ଆସିଛି ସାଂଘାତିକ ଦୃଶ୍ୟ । ବୁର୍ଲା ଭୀମସାରରେ ଅନ୍ଧାରୀ ଚିକିତ୍ସା । କର୍କଟ ରୋଗ ବିଭାଗରେ ଆନ୍ଧାରରେ ଦିଆଗଲା କେମୋ । ୩ ଘଣ୍ଟା ଧରି ହୋଇଥିଲା ବିଦ୍ୟୁତ କାଟ୍ । ମୋବାଇଲ ଆଲୁଅରେ ରୋଗୀଙ୍କୁ ଦିଆଯାଇଥିଲା କେମୋ । ଅନ୍ୟପଟେ ହସ୍ପିଟାଲରେ ବିନା ସୂଚନାରେ କାହିଁକି ବିଦ୍ୟୁତ କାଟ୍ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ବିଦ୍ୟୁତ କାଟ୍ ପରେ ଜେନେରେଟର ବି ଚାଲିନଥିଲା । ପୂର୍ବରୁ କିଛି ରୋଗୀଙ୍କ କେମୋ ଚିକିତ୍ସା ଆରମ୍ଭ ହୋଇଥିବାବେଳେ ଆଉ କିଛି ରୋଗୀଙ୍କୁ ମୋବାଇଲ ଲାଇଟରେ ଚିକିତ୍ସା କରାଯାଇଥିଲା । ମୋବାଇଲ ଲାଇଟ୍ ଲଗାଇ କେମୋ ଦିଆଯାଉଥିବାର ଭିଡିଓ ଭାଇରାଲ ହେଉଛି ।
ତେବେ ଜେନେରେଟର୍ ଥାଇ ବି ଲଗାଇନଥିବା ରୋଗୀ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ସେହିପରି ଏହି ଅଭିଯୋଗକୁ ନେଇ ଭୀମସାର ଅଧୀକ୍ଷକ ଲାଲମୋହନ ନାୟକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଗତ ୧୧ରେ ମରାମତି କାମ ପାଇଁ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିଲା। ହେଲେ ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭୀମସାର ଅଧୀକ୍ଷକ କହିଛନ୍ତି।