ରାଜ୍ୟରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ କିଏ ନା କିଏ ବୁଲା କୁକୁରଙ୍କ କାମୁଡାର ଶିକାର ହେଉଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୁବ ଶୀଘ୍ର ‘ବୁଲା କୁକୁର ବନ୍ଧ୍ୟାକରଣ’ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।ଦିନକୁ ଦିନ ରାଜ୍ୟରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢିଚାଲିଛି । ଯେଉଁଥିପାଇଁ ଜଳାନ୍ତକ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ସୂଚନା ଅନୁଯାୟୀ, ୨୦୨୨ ମସିହାରେ ଓଡ଼ିଶାରେ ୬୪ ହଜାର ୬୪୨ଟି କୁକୁର କାମୁଡ଼ା ମାମଲା ଘଟିଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୫୯ ହଜାର ୮୫ ଥିଲା।
ରାଜ୍ୟରେ ପ୍ରତ୍ୟେକ ମାସରେ ପାଖାପାଖି ୨୫ରୁ ୪୦ଟି କୁକୁର କାମୁଡ଼ା ମାମଲା ସାମ୍ନାକୁ ଆସୁଥିବା ବେଳେ ପ୍ରତ୍ୟେକ ମାସରେ ବୁଲା କୁକୁରଙ୍କ ଯୋଗୁ ହେଉଥିବା ଦୁର୍ଘଟଣା ସଂଖ୍ୟା ୧୦୦ରୁ ଅଧିକ ହେବ ବୋଲି ଜଣାପଡିଛି। ୨୦୨୩ରେ ସର୍ବାଧିକ କୁକୁର କାମୁଡ଼ା ମାମଲା ଚିହ୍ନଟ ହୋଇଥିବା ତାଲିକାରେ ଦେଶର ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି।