ମହାନଦୀର ମୁଣ୍ଡଳୀ ବ୍ୟାରେଜ ନିକଟରେ ବିଶାଳକାୟ କୁମ୍ଭୀର । ମହାନଦୀ ମଝିରେ ଥିବା ଟାପୁ ଉପରେ କୁମ୍ଭୀର ଶୋଇ ରହିଥିବାର ଦେଖିବାକୁ ମିଳିଛି । କିଛି ଲୋକ କୁମ୍ଭୀର ଟିକୁ ଟେକା ପଥର ଫିଙ୍ଗିବା ସହିତ ବିରକ୍ତି କରୁଥିବା ଦେଖିବକୁ ମିଳିଛି ।
କୁମ୍ଭୀରଟି ଥଣ୍ଟିଆ କୁମ୍ଭୀର ପ୍ରଜାତିର ହୋଇଥିବାବେଳେ ଲମ୍ବ ୫ରୁ୬ ଫୁଟ୍ ବୋଲି ଅନୁମାନ କରାଯାଉଛି । ସାତକୋଶିଆରୁ କୁମ୍ଭୀରଟି ଚାଲି ଆସିଛି ତା ଦେହରେ ଜିପିଏସ ଲାଗିଛି । ତେଣୁ ଏହି ପ୍ରଜାତିର କୁମ୍ଭୀରମାନେ ସାଧାରଣ ମାଛ ଖାଉଥିବା ବେଳେ ଲୋକମାନଙ୍କୁ କୌଣସି କ୍ଷତି କରିନଥାନ୍ତି । ଲୋକମାନେ ଭୟଭୀତ ନହେବା ପାଇଁ ବନ ବିଭାଗ ପକ୍ଷରୁ କୁହାଯାଇଛି । ଶୀତ ଦିନ ଥିବାରୁ ଖରା ଖାଇବାକୁ ବାଲି ଉପରକୁ ଚାଲି ଆସିଥିବା ବନ ବିଭାଗ କହିଛି । ଭଗିପୁର ବନ ବିଭାଗ ପକ୍ଷରୁ କର୍ମଚାରୀଙ୍କୁ ନଦୀ କୂଳରେ ନିୟୋଜିତ କରାଯାଇଛି । ସେପଟେ ନଦୀ କୂଳିଆ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ନଦୀ ମଧ୍ୟକୁ ପ୍ରବେଶ ଉପରେ ବାରଣ କରାଯାଇଛି ।
