ବୃଦ୍ଧି ହେଲା ସାଂସଦମାନଙ୍କ ଦରମା ।

ବୃଦ୍ଧି ହେଲା ସାଂସଦମାନଙ୍କ ଦରମା । ଏବେ ସାଂସଦମାନେ ପ୍ରତି ମାସରେ ୧ ଲକ୍ଷ ୨୪ ହଜାର ଟଙ୍କା ଦରମା ପାଇବେ, ଯାହା ପୂର୍ବରୁ ୧ ଲକ୍ଷ ଟଙ୍କା ଥିଲା ଦରମା । ଏହା ବ୍ୟତୀତ ଦୈନିକ ଭତ୍ତା ମଧ୍ୟ ଦୁଇ ହଜାରରୁ ଅଢ଼େଇ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବତନ ସାଂସଦଙ୍କ ପେନସନ ମଧ୍ୟ ବୃଦ୍ଧି କରାଯାଇଛି, ଯାହା ଏବେ ମାସିକ ୨୫ ହଜାର ଟଙ୍କାରୁ ବୃଦ୍ଧି ପାଇ ୩୧ ହଜାର ଟଙ୍କା ହେବ। ଏହି ନୂତନ ଦରମା ଏବଂ ପେନସନ ୧ ଏପ୍ରିଲ, ୨୦୨୩ରୁ ପିଛିଲା ଭାବେ ଲାଗୁ ହେବ ।ଏଥିସହିତ ପାଞ୍ଚ ବର୍ଷରୁ ଅଧିକ ସେବା ଦେଇଥିବା ସାଂସଦ ପ୍ରତ୍ୟେକ ବର୍ଷ ନିମନ୍ତେ ଅତିରିକ୍ତ ପେନସନ୍ ପାଇଁ ପ୍ରମତିମାସରେ ୨୦୦୦ ପାଉଥିବା ବେଳେ ଏଣିକି ୨୫୦୦ ପାଇବେ ।

ଆୟକର ଅଧିନିୟମ, ୧୯୬୧ରେ ନିର୍ଦ୍ଦିଷ୍ଟ ମୂଲ୍ୟ ବୃଦ୍ଧି ସୂଚକାଙ୍କ ଆଧାରରେ ସଂସଦୀୟ ସଦସ୍ୟଙ୍କ ଦରମା, ଭତ୍ତା ଏବଂ ପେନସନ୍ ଅଧିନିୟମ ଅନୁଯାୟୀ ସରକାର ଏହି ବୃଦ୍ଧିକୁ କରିଛନ୍ତି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାଂସଦମାନଙ୍କ ଦରମା ଉପରେ କୌଣସି ଟ୍ୟାକ୍ସ ନାହିଁ ।

ଅଧିକ ପଢନ୍ତୁ

kc ads