ବେଆଇନ ବନ୍ଧୁକ କାରଖାନାରେ STF ଚଢ଼ାଉ କରିଛି । କଟକ ବୟାଳିସି ମୌଜାରେ ଥିବା ଏକ ବନ୍ଧୁକ କାରଖାନାରେ ଚଢ଼ାଉ ହୋଇଛି । ବନ୍ଧୁକ ତିଆରି ସରଞ୍ଜାମ ଜବତ କଲା କ୍ରାଇମବ୍ରାଞ୍ଚ STF ଟିମ୍ । ୩୦ରୁ ଅଧିକ ବନ୍ଧୁକ ସହ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । । ଜଙ୍ଗଲ ଭିତରେ ନିଛାଟିଆ ଜାଗାରେ ବନ୍ଧୁକ କାରଖାନା ହୋଇଥିଲା । ସରୋଜ ଚଦ୍ର ବେହେରା ନାମକ ବ୍ୟକ୍ତିଙ୍କ ଘରେ ଏହି ବେଆଇନ ବନ୍ଧୁକ କାରଖାନା ତିଆରି କରି ହଥିଆର କାରବାର ଚାଲିଥିଲା । ଦୀର୍ଘ ଦୀନ ହେବ ଏହି କାରଖାନା ଚାଲି ଆସୁଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଏହି ବନ୍ଧୁକ କାରଖାନା ଉପରେ ଚଢାଉ କରିଥିଲା ।
