ସାରା ରାଜ୍ୟରେ କଫ ସିରପର ଅବୈଧ ଚାଲାଣ ଏବଂ ବାଣିଜ୍ୟ ବିରୋଧରେ ଓଡ଼ିଶା ପୋଲିସ ଅଭିଯାନକୁ ଜୋରଦାର କରିଛି। ଗତ କିଛି ଦିନ ଧରି କରାଯାଇଥିବା ଏକ ସ୍ୱତନ୍ତ୍ର ଅଭିଯାନରେ, ପୋଲିସ ଦଳଗୁଡ଼ିକ ୭୩,୧୮୧ ବୋତଲ ନିଶା ମିଶ୍ରିତ କଫ ସିରପ ଜବତ କରିଛନ୍ତି ଏବଂ ୧୮୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି, ମୋଟ ୬୧ ଟି ମାମଲା ରୁଜୁ କରାଯାଇଛି। STF, ଭୁବନେଶ୍ୱର ସର୍ବାଧିକ ୨୬,୬୫୮ବୋତଲ କଫ ସିରପ୍ ଜବତ କରି ଏହି ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ସେହିପରି ସମ୍ବଲପୁର ଜିଲ୍ଲା ପୁଲିସ ୧୩ଟି ମାମଲା ରୁଜୁ କରାଯାଇଥିବାବେଳେ ୧୯,୯୦୮ବୋତଲ କଫ ସିରପ ଜବତ କରାଯାଇଛି । ବରଗଡ଼ ଜିଲ୍ଲା ପୁଲିସ ୧୭ଟି ମାମଲା ଓ ୧୨,୮୫୬ବୋତଲ, ବଲାଙ୍ଗୀର ୧୨ଟି ମାମଲା ଓ ୫,୪୬୮ବୋତଲ, ସୁବର୍ଣ୍ଣପୁର ଜିଲ୍ଲାରେ ୬ଟି ମାମଲା ଓ ୪୫୧ବୋତଲ, ବୌଦ୍ଧ ଜିଲ୍ଲାରେ ୪ଟି ମାମଲା ସହ ୧୮୮୬ ବୋତଲ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ମାମଲା ସହ ୫୯୫ବୋତଲ କଫ ସିରପ ଜବତ କରାଯାଇଛି ।
