ଆସୁଛି ପୂଜା ସମୟ, ତେବେ ସବୁଠୁ ବଡ଼ ଚିନ୍ତା ହେଲା ଚାନ୍ଦା ସମସ୍ୟା| ଏହାର ସମାଧାନ ପାଇଁ ଏବେ ଆଗକୁ ଆସିଛନ୍ତି ଅନୁଗୁଳ ଆରକ୍ଷୀ ଅଧିକ୍ଷକ(ଏସପି) ରାହୁଲ ଜୈନ। ବେଆଇନ ଚାନ୍ଦା ଆଦାୟ ବିରୋଧରେ ଅନୁଗୁଳ ଏସପି ରାହୁଲ ଜୈନ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି।
ଜିଲ୍ଲାର ସବୁ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇ ବେଆଇନ ଚାନ୍ଦା ଆଦାୟ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବାକୁ କହିଛନ୍ତି ରାହୁଲ ଜୈନ। ଏହା ସହିତ ବେଆଇନ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଉଛି।ଯଦି କୌଣସି ବ୍ୟକ୍ତି ବେଆଇନ ଚାନ୍ଦା ଆଦାୟ କରୁଥିବାର ଧରା ପଡ଼ନ୍ତି ତେବେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାକୁ ରାହୁଲ ଜୈନ୍ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଲୋକମାନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ, “ଯଦି କେହି ଜୋର୍ ଜବରଦସ୍ତ ଚାନ୍ଦା ମାଗୁଛି, ତେବେ ତୁରନ୍ତ ୧୧୨ରେ କଲ କରନ୍ତୁ। ଆମେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।”