ବେଆଇନ ମଦ ବୋଝେଇ ସ୍କୋର୍ପିଓକୁ ଜାଳି ଦେଲେ ଲୋକେ

୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆ ଥାନା ଅନ୍ତର୍ଗତ ଭଗିଆଛକ ନିକଟରେ ବେଆଇନ ମଦ ନେଇ ଆସୁଥିବା ସ୍କୋର୍ପିଓକୁ ଜାଳି ଦେଲେ ଲୋକେ। ସ୍କୋର୍ପିଓଟି କୌଶଳ କ୍ରମେ ସିମୁଳିଆରୁ ଏକ ପୋଲ ଦେଇ ପୁଣି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ସିମୁଳିଆ ପୁଲିସ ପିଛା କରିଥିଲା ।

ଗାଡ଼ି ଛାଡି ଫେରାର ହୋଇଯାଉଥିବା ବେଳେ ସିମୁଳିଆ ପୁଲିସ ୨ ଜଣକୁ ଧରିଥିଲା। କିନ୍ତୁ ଆଉ ଦୁଇ ଜଣ ଫେରାର ହୋଇ ଯାଇଛନ୍ତି l ତେବେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ମଦ ବୋଝେଇ ଗାଡ଼ିଟିରେ ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ୧୦୦୦ ଲିଟର ଅଧିକ ଦେଶୀ ମଦ ଥିଲା |ଭଦ୍ରକ ଓ ସିମୁଳିଆ ପୁଲିସ ଘଟଣାସ୍ଥଳ ପହଁଚି ଉତେଜିତ ଲୋକଙ୍କୁ ବୁଝା ସୁଝା କରୁଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital