ବେପରୁଆ ଗାଡି ଚାଳକଙ୍କୁ ରାସ୍ତାରେ ଅଟକାଇ ସତର୍କ କଲେ ଯମ ଓ ଚିତ୍ରଗୁପ୍ତ

ଅମାନିଆ ଲୋକ ଏବଂ ବେପରୁଆ ଗାଡି ଚାଳକଙ୍କୁ ଅଟକାଇ ସତର୍କ କରାଉଥିଲେ ଯମ ସାଥିରେ ଥିଲେ ମନ୍ତ୍ରୀ ଚିତ୍ରଗୁପ୍ତ।ହେଲମେଟ୍ ଲଗାଇ ବାଇକ୍ ଚଳାଇବାକୁ ନିର୍ଦ୍ଦେଶ ଦେଉଥିଲେ । ମଦ୍ୟପାନ କରି ଗାଡ଼ି ନଚଳାଇବାକୁ ପରାମର୍ଶ ଦେଉଥିଲେ । ଏ ହେଉଛି ଗଂଜାମ ଜିଲ୍ଲା ଭଂଜନଗର ଠାରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଆୟୋଜିତ “ପଥୋତ୍ସବ” କାର୍ଯ୍ୟକ୍ରମ । ଏହି ଅବସରରେ କଳାକାରଙ୍କ ଦ୍ବାରା କରାଯାଇଥିଲା ସଚେତନତା କାର୍ଯ୍ୟକ୍ରମ । “ସଡକ ସୁରକ୍ଷା ମାସ” କାର୍ଯ୍ୟକ୍ରମ ଜରିଆରେ ଆୟୋଜିତ ହୋଇଥିଲା ଭଳିକି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ । ଏଥିରେ ସାମିଲ୍ ହୋଇଥିଲେ ପିଲାଠୁ ବୟସ୍କ । ମୁଖ୍ୟମନ୍ତ୍ରୀଙ୍କ “କମ୍ ହୋମ୍ ସେଫ୍” ବାର୍ତ୍ତାକୁ ନେଇ ସଡ଼କ ପଥରେ ସୁରକ୍ଷା କେତେ ଜରୁରୀ, ସେନେଇ ଜନସାଧାରଣଙ୍କୁ ସଚେତନ କରାଉଥିଲେ ।

କଣ୍ଢେଇ ନାଚ, ଭାରତ ଲୀଳା, ପଶୁ ମୁଖା, ପାରମ୍ପରିକ ଝୋଟି ଭଳି, ଘୁମୁସରର ବିଭିନ୍ନ ଲୋକନୃତ୍ୟ ଏବଂ ଲୋକକଳା ପରିବେଷଣ କରି ଲୋକଙ୍କୁ ସଚେତନ କରାଯାଇଥିଲା । ସ୍କୁଲ, କଲେଜର ଛାତ୍ରଛାତ୍ରୀ, ସ୍ଵେଚ୍ଛାସେବୀ ସଂଗଠନର କଳାକାରମାନେ ଏଥିରେ ସାମିଲ ହୋଇଥିଲେ ।

ଅଧିକ ପଢନ୍ତୁ