ରେଙ୍ଗାଲି ବୋରଓ୍ୱେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟା ଏବେ ପୁରା ଫିଟ୍ । ଭୀମସାର ହସ୍ପିଟାଲରେ ହେଲା ଏକୋଇଶିଆ ଓ ନାମକରଣ । ମେଡିକାଲ ପକ୍ଷରୁ ଏହି ନାମକରଣ କରାଯାଇଛି । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ସହ ସେ ବର୍ତ୍ତମାନ ଖେଳୁଥିବା ଡାକ୍ତରମାନେ କହିଛନ୍ତି । ପୂର୍ବରୁ ତା ଶରୀରରେ ଦେଖାଦେଇଥିବା ସମସ୍ତ ପ୍ରକାର ସମସ୍ୟା ଏବେ ଦୂର ହୋଇଛି ।ଶିଶୁ କନ୍ୟାର ନାଁ ବିଜୟିନୀ ଦିଆଯାଇଛି । ଏବେ ଭୀମସାରରେ ଚିକିତ୍ସାଧୀନ ରହିଛି ଶିଶୁକନ୍ୟା ।ଗତ ଡିସେମ୍ୱରରେ ଓଡ୍ରାଫ୍, ଅଗ୍ନୀଶମ ବାହୀନୀଙ୍କ ସାତ ଘଣ୍ଟାର ସଂଘର୍ଷ ପରେ ଶିଶୁକୁ ବୋରୱେଲ ଭିତରୁ ଉଦ୍ଧାର କରାଯାଥିଲା । ପରେ ୫ ଜଣିଆ ଡାକ୍ତରୀ ଟିମ୍ ଶିଶୁଟିର ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।
ସେ ସାଧାରଣ ଭାବରେ ନିଶ୍ୱାସ ପ୍ରଶ୍ୱାସ ନେବା ସହ ସାଧାରଣ ଭାବରେ ଖାଦ୍ୟଗ୍ରହଣ ମଧ୍ୟ କରୁଛି । ଏପରିକି ତା ଶରୀରରେ ଥିବା କ୍ଷତ ଚିହ୍ନ ମଧ୍ୟ ସବୁ ଶୁଖିବା ସହ ସମ୍ପୂର୍ଣ୍ଣ ଭଲ ହୋଇ ଗଲାଣି । ଆଗକୁ ଅତିଶୀଘ୍ର ଶିଶୁ କନ୍ୟାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯିବ ବୋଲି ଜଣାପଡିଛି ।