ବୋହୂକୁ ପେଟ୍ରୋଲ ଢାଳି ଜାଳିବାକୁ ଉଦ୍ୟମ

ବୋହୂକୁ ପେଟ୍ରୋଲ ଢାଳି ଜାଳିବାକୁ ଉଦ୍ୟମ । ଗ୍ରାମାଞ୍ଚଳ ଥାନା ଡାମରପୁର ଗାଁରେ ଶ୍ୱଶୂରର ଉନ୍ମତ୍ତ କାଣ୍ଡ । ବୋହୂର କନ୍ୟା ସନ୍ତାନ ଜନ୍ମ ହେବାରୁ ଜାଳିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।ଗତ କାଲି ବିଳମ୍ବିତ ରାତିରେ ଶୋଇଥିବାବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ଅଳ୍ପକେ ବର୍ତ୍ତିଯାଇଥିଲେ ବୋହୂ ଓ ନାତୁଣୀ । ଘର ଭିତରର ସମସ୍ତ ଆସବାବପତ୍ର ପୋଡି ଯାଇଛି । ୮ ବର୍ଷ ତଳେ ନିଶ୍ଚିନ୍ତ କୋଇଲି ବାଲିପଡ଼ା ଗାଁର ସସ୍ମିତା ଦାସ ପଟ୍ଟାମୁଣ୍ଡାଇ ଡାମରପୁର ଗାଁର ସୁଶାନ୍ତ ରାୟଙ୍କୁ ବିବାହ କରିଥିଲେ । ସୁଶାନ୍ତଙ୍କର ପ୍ରଥମ ପତ୍ନୀଙ୍କ ଦୁଇଟି ଝିଅ ଥିଲା । ଦ୍ଵିତୀୟ ପତ୍ନୀଙ୍କ ଗୋଟିଏ ଝିଅ ହେବାରୁ ତାକୁ ବାରମ୍ବାର ଶ୍ବଶୁର ଘର ଲୋକ ନିର୍ଯାତନା ଦେଉଥିଲେ । ତେବେ ପୀଡିତ ମହିଳାଙ୍କ ପରିବାରେ ଲୋକେ ଶ୍ୱଶୂରଙ୍କ ବିରୋଧରେ ଝିଅକୁ ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ