ବ୍ରହ୍ମପୁରରେ ଲଜ୍ଜା । ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ।

ଗଞ୍ଜାମ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛ। ଗୋଳନ୍ଥରା ଥାନା ଅଞ୍ଚଳର ଏକ ଗ୍ରାମର ଦୁଇ ସମ୍ପର୍କୀୟ ନାବାଳିକା ଭଉଣୀଙ୍କୁ ଉଠାଇ ନେଇ ଦୁଇଦିନ ବିଭିନ୍ନ ସ୍ଥାନରେ ରଖି ବାରମ୍ବାର ଗଣବଳାତ୍କାର କରିଥିବା ନେଇ ଗୁରୁବାର ରାତିରେ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ତେବେ ୪ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ ।

ସୂଚନାମୁତାବକ ଗୋଳନ୍ଥରା ଥାନା ଅଞ୍ଚଳର ଏକ ଗ୍ରାମର ଦୁଇ ସମ୍ପର୍କୀୟ ନାବାଳିକା ଭଉଣୀଙ୍କୁ ଗତ ୩ ତାରିଖରେ ସେହି ଗ୍ରାମର ୪ ଜଣ ଯୁବକ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଉଠାଇ ନେଇ ବିଭିନ୍ନ ସ୍ଥାନ ରଖି ଜୋର ଜବରଦସ୍ତ ବାରମ୍ବାର ବଳାତ୍କାର କରି କରିଥିଲେ। ଯୁବକ ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ ଦୁଇ ନାବାଳିକାଙ୍କୁ ଧମକ ଚମକ ଦେଇ ଗ୍ରାମରେ ଛାଡ଼ିଥିଲେ। ପରଦିନ ପୁଣି ଯୁବକମାନେ ନାବାଳିକାଙ୍କୁ ଡାକିଥିଲେ କିନ୍ତୁ ସେ ଆସି ନ ଥିଲେ। ନାବାଳିକା ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ପଚାରିବାରୁ ଘଟଣା ବଖାଣିଥିଲେ ଯାହା କି ଚକିତ କରିଥିଲା। ଏ ନେଇ ପୀଡ଼ିତାଙ୍କ ପରିବାର ଲୋକ ଓ ଗ୍ରାମବାସୀ ଗୁରୁବାର ରାତିରେ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ଥାନା କେସ୍‌ ନଂ ୨୪୦/୨୫ ପ୍ରକାରେ ପୋଲିସ ବଳାତ୍କାର ମାମଲା ରୁଜୁ କରିଛିl

ଅଧିକ ପଢନ୍ତୁ

kc ads