ରାୟଗଡ଼ା ତା ୦୪/୧୦ ରାୟଗଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ସ୍ଥାନୀୟ ବ୍ରାହ୍ମଣ ସାହି ଦୁର୍ଗା ପୂଜା କମିଟି ତରଫରୁ ଆୟୋଜିତ ହୋଇଥିଲା ରାବଣ ପୋଡ଼ି କାର୍ଯ୍ୟକ୍ରମ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ସମାଜରେ ବିଜୟା ଦଶମୀରେ ପାପ, ଅହଙ୍କାର, ଅସତ୍ୟର ପ୍ରତୀକ ସ୍ବରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯିବ ଯାହାକି ସଂସାରରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ମାନବିକତା ବଞ୍ଚି ରହିବ । ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଧରାପୃଷ୍ଠକୁ ପାପଭାର ମୁକ୍ତ କରିଥିଲେ। ଏଥିପାଇଁ ଆଜିର ଦିନ ଅର୍ଥାତ ବିଜୟା ଦଶମୀ ବା ଦଶହରାରେ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ। କିନ୍ତୁ ଚଳିତ ବର୍ଷ ଲଘୁଚାପ ଜନିତ ବର୍ଷା ଯୋଗୁଁ ଏହି କାର୍ଯ୍ୟକ୍ରମ ଦଶହରା ଦିନ ସ୍ଥଗିତ ରହିଥିବା ବେଳେ ଦଶହରା ବାସି ଦିନ କମିଟି ତରଫରୁ ଏହି ରାବଣ ପୋଡି କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିଲା ଏଥିଲାଗି ପୂଜା କମିଟି ତରଫରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ସହ କମିଟିର ସଦସ୍ୟ ମାନଙ୍କୁ ନିୟୋଜିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ରାୟଗଡ଼ା ଉପଜିଲ୍ଲାପାଳ ରମେଶ ଜେନା ଉପସ୍ଥିତ ଥିବା ବେଳେ ମୁଖ୍ୟ ପୂଜକ ଅନନ୍ତ ରଥ ସମସ୍ତ ନୀତି କାନ୍ତି ବେଦ ଅନୁଯାୟୀ ସମାପନ କରିଥିଲେ । ରାବଣ ପୋଡିରେ ହେବାକୁ ଥିବା ଆତସବାଜି କାର୍ଯ୍ୟକ୍ରମ ସ୍ଥାନଠାରୁ କିଛି ଦୂରରେ ଦର୍ଶକ ରହି ଲୋକମାନେ ଏହି ରାବଣ ପୋଡ଼ି କାର୍ଯ୍ୟକ୍ରମ ଉପଭୋଗ କରିବେ ସେ ନେଇ ସମସ୍ତ ପ୍ରକାର ସୁବ୍ୟବସ୍ଥା କରଯାଇଥିଲା । ଅସ୍ଥାୟୀ ବ୍ୟାରିକେଡ୍ ସହ ଆତସବାଜି ଲାଗି ଅଗ୍ନି ନିର୍ବାପକ ବ୍ୟବସ୍ଥା ଏବଂ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିବା ବ୍ରାହ୍ମଣ ସାହି ଦୁର୍ଗା ପୂଜା କମିଟି ତରଫରୁ ସୂଚନା ଦିଆଯାଇ ଥିଲା । ଦୁର୍ଗା ପୂଜାର କର୍ତ୍ତା ହିସାବରେ ବୁଲା ପାଢ଼ି ଓ ତାଙ୍କ ସହଧର୍ମିଣୀ ସୁଜ୍ଞାନି ପାଢ଼ୀ କାର୍ଯ୍ୟ ତୁଲାଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ବ୍ରାହ୍ମଣ ସାହି ପୂଜା କମିଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ସୁନୀଲ ପଣ୍ଡା (ଝୁନା ଭାଇନା), ବାପି ତ୍ରିପାଠୀ, ସତ୍ୟ ପାଢ଼ୀ, ଅଶୋକ ପଣ୍ଡା , ଅଜୟ ରଥ, ସୁଜିତ୍ ପଣ୍ଡା ପ୍ରମୁଖଙ୍କ ସହଯୋଗରେ ସୁପରିଚାଳିତ କରିଥିଲେ ।
