ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାରେ ସଂଧ୍ୟା ଓ ପ୍ରତୀକ୍ଷା ଙ୍କ କୃତିତ୍ୱ

ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମା ରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ୭୮ ତମ ସ୍ବାଧିନତା ଦିବସ ଉପଲକ୍ଷେ ବ୍ଲକ୍ ସ୍ତରୀୟ ରଚନା, ଡିବେଟ, ଚିତ୍ରାଙ୍କନ, ନୃତ୍ୟ, ଗୀତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାରେ ନୂଆଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରୀ ସଂଧ୍ୟାରାଣୀ ପରିଡ଼ା ଡିବେଟ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ସେହିପରି ନୂଆଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରୀ ପ୍ରତୀକ୍ଷା ପ୍ରିୟଦର୍ଶିନୀ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital