ବ୍ଲକ ଗ୍ରାଣ୍ଟ ଅଣଶିକ୍ଷକ କର୍ମଚାରୀଙ୍କୁ ବଦଳି କରାଯାଇପାରିବ ନାହିଁ: ହାଇକୋର୍ଟ

ବ୍ଲକ୍ ଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ ଖୁସି ଖବର । ବିଶେଷକରି ସେମାନଙ୍କୁ ଆଉ ବଦଳି କରାଯାଇପାରିବ ନାହିଁ ବୋଲି ଓଡିଶା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି । ଆବେଦନକାରୀ ସୁରେନ୍ଦ୍ର କୁମାର ଜେନାଙ୍କ ରିଟ୍ ଅପିଲର ଶୁଣାଣି କରି ହାଇକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ।ବ୍ଲକ ଗ୍ରାଣ୍ଟ ପାଉଥିବା ଅଣଶିକ୍ଷକ କର୍ମଚାରୀଙ୍କୁ ଗୋଟିଏ ଶିକ୍ଷାନୁଷ୍ଠାନରୁ ଅନ୍ୟ ଏକ ଅନୁଷ୍ଠାନକୁ ବଦଳି କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଏପରି କର୍ମଚାରୀମାନେ ରଜ୍ୟବ୍ୟାପୀ ସାଧାରଣ କ୍ୟାଡରର ଅନ୍ତର୍ଭୁକ୍ତ ହୋଇ ନଥିବାରୁ ସେମାନଙ୍କୁ ବଦଳି କରାଯାଇ ପାରିବ ନାହିଁ ।ଏହି ବିଜ୍ଞପ୍ତିକୁ ହାଇକୋର୍ଟ ବିଚାରକୁ ନେଇ ଆବେଦନକାରୀଙ୍କୁ ଅନ୍ୟ ଏକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରିବାକୁ ମାର୍ଚ୍ଚ ୧୦ରେ ଦିଆଯାଇଥିବା ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ।ଫଳରେ ଏଣିକି ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କୁ ଆଉ ଅନ୍ୟତ୍ର ବଦଳି କରାଯାଇପାରିବ ନାହିଁ ।

ଅଧିକ ପଢନ୍ତୁ

Odisha Darpan Digital