ବ୍ୟାଙ୍କ ନଥିବା ପଞ୍ଚାୟତରେ ସିଏସପି ପ୍ଲସ୍ ଆଉଟଲେଟ୍ ଖୋଲୁଛୁ : ଆଇନ ମନ୍ତ୍ରୀ     

ସମବାୟ ବ୍ୟାଙ୍କ ଜରିଆରେ ମଣ୍ଡିରେ ଧାନ ବିକି ଟଙ୍କା ଦିଆଯାଉ। ଫଳରେ ଚାଷୀମାନେ ଉପକୃତ ହେବା ସହିତ ସମବାୟ ବ୍ୟାଙ୍କର କଳେବର ବୃଦ୍ଧି ଇବ ବୋଲି ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ପଶ୍ନକାଳରେ ଭାଗ ନେଇ ଦାବି କରିଛନ୍ତି। ସୋମବାର ପ୍ରଶ୍ନକାଳ ବେଳେ ମୂଳ ପ୍ରଶ୍ନକର୍ତ୍ତା ପ୍ରଶାନ୍ତ ବେହେରା, ରାଜ୍ୟରେ କେଉଁ ବ୍ୟାଙ୍କର କେତୋଟି ଶାଖା ଖୋଲାଯାଇଛି। ଏହି ବ୍ୟାଙ୍କ ଗତ ୫ ବର୍ଷରେ କେତେ ଜମା ରାଶି ସଂଗ୍ରହ ହୋଇଛି। କେତେ କୃଷି ଋଣ ଦିଆଯାଇଛି। ତାହାର ଉତ୍ତର ଦାବି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉତ୍ତର ରଖି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ଚାଷୀଙ୍କର ଯେଉଁ ବ୍ୟାଙ୍କରେ ଆକାଉଣ୍ଟ ଥାଏ, ସେହି ଆକାଉଣ୍ଟର ଧାନ ବିକ୍ରି ଟଙ୍କା ଦିଆଯାଏ। ସମବାୟ ବ୍ୟାଙ୍କ ପାଇଁ ଚାଷୀଙ୍କୁ ବାଧ୍ୟ କରିହେବ ନାହିଁ। ସେହିପରି ରାଜ୍ୟରେ ବ୍ୟାଙ୍କ ନଥିବା ପଞ୍ଚାୟତ ଗୁଡ଼ିକରେ କଷ୍ଟମର୍ ସର୍ଭିସ୍ ପଏଣ୍ଟ ବା ସିଏସପି ପ୍ଲସ୍ ଆଉଟଲେଟ୍ ଖୋଲାଯାଉଛି। ୫୬୪ଟି ସିଏସପି ପ୍ଲସ୍ ଖୋଲିବାର ଯୋଜନା ରହିଛି। ତେବେ ବ୍ୟାଙ୍କଗୁଡିକୁ ମୁଦ୍ରା ଋଣ, ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ଦେବା ନେଇ ଟାର୍ଗଟେ୍ ରହିଛି। ସେ ବାବଦରେ ରାଜ୍ୟସ୍ତରୀୟ ବ୍ୟାଙ୍କ କମିଟି ବୈଠକରେ ଆଲୋଚନା କରାଯାଏ। ତେବେ ଯେଉ ଆକାଉଣ୍ଟଗୁଡକ ଅଚଳ ଅଛି, ସେ ବାବଦରେ ଆଲୋଚନା ମାଧ୍ୟମରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ଏହି ପ୍ରଶ୍ନ ଆଲୋଚନା ବେଳେ ସୁନ୍ଦରଗ ବିଧାୟକ ଯୋଗେଶ ସିଂ ତାଙ୍କ ଜିଲ୍ଲାରେ ଜନଜାତିଙ୍କ ଋଣ ସମେତ ବିଭିନ୍ନ ସୁବିଧା ମିଳିପାରୁନି ବୋଲି ଅଭିଯୋଗ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ଆଦିବାସୀଙ୍କୁ ଏ ନେଇ ସଚେତନ କରିବାକୁ ପରାମର୍ଶ ଦେଇଥିଲେ। ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଋଣ ଓ ଜମା ଅନୁପାତ(ସିଡି ରେସିଓ) ଅଳ୍ପ ରହୁଥିବା ଅଭିଯୋଗ କରିଥିଲେ। ମୟୂରଭଞ୍ଜ ଜିଲ୍ଲାରେ ୪୮.୩୦ ପ୍ରତିଶତ ଓ ବାଲେଶ୍ୱରରେ ୬୩.୮୯ ପ୍ରତିଶତ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ବିଧାୟକ ବିଭୁତି ବଳବନ୍ତରାୟ, ବଦ୍ରି ନାରାୟଣ ପାତ୍ର ପ୍ରମୁଖ ସମବାୟ ବ୍ୟାଙ୍କ ଜରିଆରେ ମଣ୍ଡି ଧାନ ଟଙ୍କା ଦେବା ସପକ୍ଷରେ କହିଥିବା ବେଳେ ଆଗାମୀ ଦିନରେ ସମବାୟ ବ୍ୟାଙ୍କ କଳେବର ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଉଊର ରଖିଥିଲେ।

ଅଧିକ ପଢନ୍ତୁ