ବ୍ୟାନ୍ ହେଲା ୧୫୬ଟି ଔଷଧ

ସାରା ଦେଶରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା କିଛି ନିର୍ଦ୍ଧିଷ୍ଟ ଔଷଧ ଉପରେ ଲାଗିଲା କଟକଣା। ୧୫୬ଟି ଔଷଧ ବ୍ୟାନ୍ କଲେ କେନ୍ଦ୍ର ସରକାର। ଏହି ବ୍ୟାନ ହୋଇଥିବା ଔଷଧ ମଧ୍ୟରେ ରହିଛି ଜ୍ବର ଏବଂ ଥଣ୍ଡା, କାଶ, ଆଲର୍ଜୀ ଏବଂ ଚର୍ମ ରୋଗ ପାଇଁ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ୍ ତଥା ମଲ୍ଟିଭିଟାମିନ୍ସ। ଗୁରୁବାର ଏସବୁ ଔଷଧକୁ କରିବା ସହ ଏହା ମନୁଷ୍ୟ ଶରୀର ପାଇଁ କ୍ଷତିକାରକ ବୋଲି କୁହାଯାଇଛି। ଦୁଇ ବା ଅଧିକ ସକ୍ରିୟ ଫାର୍ମାସ୍ୟୁଟିକାଲ ଉପାଦନକୁ ଆନୁପାତିକ ହାରରେ ନିଆଯାଇ ଏହି ଏଫଡିସି ଔଷଧ ପ୍ରସ୍ତୁତ କରାଯାଇଥାଏ।

ଏହାକୁ କକଟେଲ୍ ଔଷଧ ବୋଲି ମଧ୍ୟ କୁହାଯାଇଥାଏ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ ଏକ ଗେଜେଟ୍ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜରୀ ବୋର୍ଡ (ଡିଟିଏବି) ମଧ୍ୟ ଏହି ଏଫଡିସିର ଯାଞ୍ଚ ସୁପାରିଶ କରିଥିଲା ତେବେ ୧୫୬ ଔଷଧ ମଧ୍ୟରୁ ଅନେକ ଔଷଧ ପୂର୍ବରୁ ବନ୍ଦ ହୋଇସାରିଥିବା ମଧ୍ୟ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହା ପୂର୍ବରୁ ୨୦୨୩ ଜୁନ୍‌ରେ ୧୪ ଏଫଡିସି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। Aceclofenac 50mg + Paracetamol 125mg tablet, Mefenamic Acid Paracetamol Injection, Cetirizine HCl Paracetamol Phenylephrine HCl, Levocetirizine Phenylephrine HCl Paracetamol, Paracetamol Chlorpheniramine Maleate Phenyl Propanolamine and Camylofin Dihydrochloride 25 mg Paracetamol 300m. ଆହୁରି ମଧ୍ୟ ପାରାସିଟାମୋଲ, ଟ୍ରାମାଡୋଲ, ଟରିନ ଏବଂ କ୍ୟାଫିନ୍‌ର କମ୍ବିନେସନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

ଅଧିକ ପଢନ୍ତୁ