ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ପୂର୍ତ୍ତ ମନ୍ତ୍ରୀଙ୍କ ସଙ୍କେତ । ମନ୍ତ୍ରୀ କହିଛନ୍ତି ଯେ ଭଙ୍ଗା ଯିବନି ବର୍ତ୍ତମାନର ବିଧାନସଭା, ସନ୍ତକ ହିସାବରେ ରଖାଯିବ । ମ୍ୟୁଜ୍ୟିମ ଭାବେ ବ୍ୟବହାର କରାଯିବ । ଭବିଷ୍ୟତରେ ଯଦି ବିଧାନ ପରିଷଦ ଗଠନ ହୁଏ, ବ୍ୟବହାର କରାଯିବ । ଲୋକସେବା ଭବନ ଓ ବିଧାନସଭା ମଝିରେ ନିର୍ମାଣ ହେବ ନୂଆ ବିଧାନସଭା ।ଭଙ୍ଗାଯିବ ବର୍ତ୍ତମାନର ନଅ ତାଲା, ସେଚ ସଦନ ଓ ରାଜୀବ ଭବନ । ମନ୍ତ୍ରୀ କହିଛନ୍ତି ଯେ ଏସବୁ କୋଠାଗୁଡିକ ବିପଦ ସଙ୍କୁଳ ବୋଲି ଘୋଷଣା ହୋଇସାରିଛି । ତିନୋଟି ପର୍ଯ୍ୟାୟରେ ନିର୍ମାଣ ହେବ ନୂତନ ଲୋକସେବା ଭବନ । ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ଲୋକସେବା ଭବନର ମୁଖ୍ୟ ଅଫିସ୍ । ଖାରବେଳ ଭବନ ନିକଟରେ ନିର୍ମାଣ ହେବ ମୁଖ୍ୟ ଅଫିସ୍ । ପାୱାର ହାଉସ୍ ଛକକୁ ଲାଗି ଏଡିଏମ ଓ ଓଏସଇପିଏ ଅଫିସ୍ ନିର୍ମାଣ ହେବ ।
