ଭଜନ ‘ତୋ ରଥ ଗଡ଼ିବ’ ଲୋକାର୍ପିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ପବିତ୍ର ଘୋଷଯାତ୍ରା ଅବସରରେ “ଶ୍ରୀ ସୃଜନ”, ନୟାଗଡ଼ ୟୁଟ୍ୟୁବ୍ ଚ୍ୟାନେଲ୍ ଦ୍ଵାରା ପ୍ରସ୍ତୁତ ମହାପ୍ରଭୁଙ୍କର ଏକ ସୁନ୍ଦର ଜଣାଣ “ତୋ ରଥ ଗଡି଼ବ” ଆନୁଷ୍ଠାନିକ ଭାବେ ନୟାଗଡ଼ସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଲୋକାର୍ପିତ ହୋଇଯାଇଛି।ଲୋକାର୍ପଣ ଉତ୍ସବରେ ଶ୍ରୀ ସୃଜନ ନୟାଗଡ଼ ସଙ୍ଗୀତ ବିଦ୍ୟାଳୟର ସଭାପତି ଡ. ବିଜୟ କୁମାର ଚୋୖଧୁରୀ, କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ର, ସଭ୍ୟ ପ୍ରଦୀପ କୁମାର ସାହୁ, ଲକ୍ଷ୍ମୀଧର ମହାପାତ୍ର, କାଦମ୍ବିନୀ ମହାପାତ୍ର, ଝୁମୁରି ସାହୁ, ମଧୁସ୍ମିତା ବେହେରା, ଶୁଭଶ୍ରୀ ମହାପାତ୍ର, ଅନୁଷ୍ଠାନର ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ।  ଗୀତଟିକୁ ଶ୍ରୀ ସୃଜନର ସମ୍ପାଦିକା,ସଙ୍ଗୀତ ନିର୍ଦ୍ଦେଶିକା ଜୟଶ୍ରୀ ଦେବୀ ରଚନା କରିବା ସହ ସ୍ବର ସଂଯୋଜନା ଓ କଣ୍ଠ ଦାନ ମଧ୍ୟ କରିଛନ୍ତି। ଏହି ଗୀତଟି ଶ୍ରୀ ସୃଜନ ନୟାଗଡ଼ ୟୁଟ୍ୟୁବ୍ ଚ୍ୟାନେଲରେ ଉପଲବ୍ଧ।

ଅଧିକ ପଢନ୍ତୁ

Odisha Darpan Digital