CBI ଜାଲରେ ଇପିଏଫଓ ପିଆରଓ

ଡିଜିଟାଲ ଦସ୍ତଖତ ପାଇଁ 10 ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଇପିଏଫଓ ପିଆରଓ। ଲାଞ୍ଜିପଲ୍ଲୀ ସ୍ଥିତ ହୋଟେଲରେ ଗୋଟିଏ କମ୍ପାନୀ କର୍ତ୍ତୁପକ୍ଷଙ୍କ ଠାରୁ ଟଙ୍କା ନେଲାବେଳେ ଅନିଲ ପତିଙ୍କୁ CBI କଲା କାବୁ। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ।ସିବିଆଇ ଅଧିକାରୀମାନେ ତାଙ୍କୁ କାବୁ କରିବା ପରେ ଭୁବନେଶ୍ବର ନେଇ ଯାଇଥିବା ସୂଚନା ।ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ଏକାଧିକ କମ୍ପାନୀ ପରିଚାଳନା କରୁଥିବା ବେଳେ ଇପିଏଫ୍ଓ ପକ୍ଷରୁ ଡିଜିଟାଲ ଦସ୍ତଖତ ଆବଶ୍ୟକ ଥିଲା। ସେ ବ୍ରହ୍ମପୁର ଗେଟ୍‌ ବଜାରସ୍ଥିତ ପାଏଲ ହଲ୍ ନିକଟରେ ଥିବା ଇପିଏଫ୍‌ଓ ଆଞ୍ଚଳିକ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ହେଲେ ଯୁବକଙ୍କ ଡିଜିଟାଲ୍ ଦସ୍ତଖତ ପ୍ରଦାନ କରିବା ଦିଗରେ ଇପିଏଫ୍‌ଓ କାର୍ଯ୍ୟାଳୟର ପିଆରଓ ଦିନ ଗଡ଼ାଇ ଚାଲିଥିଲେ। ଯୁବକ ଜଣଙ୍କ ଆଜକୁ ୩ମାସ ହେବ ଇପିଏଫ୍ଓ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ତାଙ୍କ କାମ ହୋଇ ପାରୁନଥିଲା। ଗୋଟିଏ କମ୍ପାନୀ ପାଇଁ ଡିଜିଟାଲ ଦସ୍ତଖତ ମଞ୍ଜୁର କରିବାକୁ ପିଆରଓ ଜଣଙ୍କ ୫ହଜାର ଲେଖାଏଁ ଲାଞ୍ଚ ମାଗିଥିଲେ ।  ୧୦ ହଜାର ଟଙ୍କା ଲାଞ୍ଚ ନେଇ ପ୍ରଥମେ ୨ଟି କମ୍ପାନୀର କାମ କରିଦେବାକୁ ଯୁବକଙ୍କୁ କହିଥିଲେ । ଯୁବକଜଣଙ୍କ ସିବିଆଇ ନିକଟରେ ଅଭିଯୋଗ କରିଥିଲେ ।

ଅଧିକ ପଢନ୍ତୁ

kc ads