ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁ ଗିରଫ ।

ହକାରୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ (ସିଭିଲ) ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ।ଗତକାଲି ବାବୁଙ୍କ ୯ ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ। ୬ଟି ବହୁତଳ କୋଠା ସହ ୫ ଟି ପ୍ଳଟ୍, ୨୪ ଲକ୍ଷ ଜମା ଓ ୨୦୦ ଗ୍ରାମ୍‌ର ସୁନା ଜବତ ହୋଇଥିଲା। ଭଂଜନଗର ରେ ୨ କୋଟି ୩୦ଲକ୍ଷ ମୂଲ୍ୟର କୋଠା ରହିଥିବା ବେଳେ ବ୍ରହ୍ମପୁରରେ ପ୍ରାୟ ଅଢେଇ କୋଟିର କୋଠା ଠାବ କରିଥିଲା ପ୍ରସନ୍ନ ଠୁଳ କରିଥିବା ସମ୍ପତ୍ତି ବାବଦରେ ଭିଜିଲାନ୍ସ କନିଷ୍ଠ ଯନ୍ତ୍ରୀଙ୍କୁ ପଚରାଉଚରା କରିଥିଲା। ହେଲେ ସମସ୍ତ ସମ୍ପତ୍ତି ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ କନିଷ୍ଠ ଯନ୍ତ୍ରୀ। ଭିଜିଲାନ୍ସ ଆଜି ପ୍ରସନ୍ନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଧିକ ପଢନ୍ତୁ