ଭଡ଼ାଘରେ ଚାଲିଥିଲା ଦେହ ବେପାର: ପୁଲିସ ପଞ୍ଝାରେ ୩ ଦେହଜୀବୀ, ୪ ଗ୍ରାହକ

ଖୋର୍ଦ୍ଧା ବିକାଶ ନଗରରୁ ସେକ୍ସ ରାକେଟ୍ ଠାବ ହୋଇଛି । ଏକ ଭଡା ଘରେ ଚାଲିଥିବା ସେକ୍ସ ସ୍କାଣ୍ଡାଲର ପର୍ଦ୍ଦାଫାଶ କରିଛି ପୋଲିସ । କିଙ୍ଗପିନ୍ ସହ ୩ ଦେହଜିବୀ, ୪ ଜଣ ଗ୍ରାହକଙ୍କୁ ଧରିଛି ପୋଲିସ ।ସୂଚନାମୁତାବକ ଗତ କିଛି ଦିନ ଧରି ଏହି ସେକ୍ସ ସ୍କାଣ୍ଡାଲ ଚାଲିଥିଲା। କୌଣସି ସୂତ୍ରରୁ ଖବରପାଇ କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ ସ୍କାଡ୍‌ ଇନଚାର୍ଜ ରବି ନାରାୟଣ ଭଞ୍ଜଙ୍କ ନେତୃତ୍ୱରେ ଟିମ୍‌ ଚଢ଼ାଉ କରିଥିଲା। ଆଜି ପୂର୍ବାହ୍ନରେ ପୋଲିସ ଚଢ଼ାଉ ସମୟରେ ଘର ଭିତରୁ କବାଟ ନ ଖୋଲିବାରୁ କବାଟ ଭାଙ୍ଗି ଭିତରେ ପଶିଥିଲେ। ସେତେବେଳେ ଘର ଭିତରେ ଗ୍ରାହକ ଓ ଦେହଜୀବୀମାନଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଥିଲେ।

ଅଧିକ ପଢନ୍ତୁ