ଭଦ୍ରକରେ ଭାସୁଛି ରାମସେତୁ ପଥର !

ଓଡ଼ିଶାରେ ଦେଖିବାକୁ ମିଳିଛି ଏକ ଅଲୌକିକ ଘଟଣା । ତ୍ରେତୟା ଯୁଗର ପଥର ଭାସୁଥିବା କଥା ଆପଣମାନେ ପୁରାଣରୁ ଶୁଣିଥିବେ । ପଥର ଦ୍ୱାରା ତିଆରି ହୋଇଥିବା ସେତୁ ଉପରେ ପାଦ ରଖି ପ୍ରଭୁ ଶ୍ରୀରାମ ଲଙ୍କାକୁ ଯାଇ ମାତା ସୀତାଙ୍କୁ ଉଦ୍ଧାର କରିଥିଲେ । ତେବେ ଏହା ମଧ୍ୟରେ ଶତାଧିକ ବର୍ଷର ପୁରୁଣା କାହାଣୀ ସତେ ଯେମିତି ଓଡ଼ିଶାରେ ପୁନର୍ଜନ୍ମ ନେଇଛି । ତ୍ରେତୟା ଯୁଗରେ ପଥରେ ଯେପରି ପାଣିରେ ଭାସୁଥିଲା, ଏବେ ମଧ୍ୟ ଓଡ଼ିଶାର ଏକ ସ୍ଥାନରେ ପଥର ଭାସୁଥିବାର ଦେଖିବାକୁ ମିଳିଛି ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ପଞ୍ଚାୟତ ମାଲନାପୁର ନିକଟ ବୈତରଣୀ ନଦୀ ଗର୍ଭରୁ ଉଦ୍ଧାର ହୋଇଛି ଏ ପ୍ରକାର ଆଶ୍ଚର୍ଯ୍ୟକର ପଥର । କିଛି ଯୁବକ ନଦୀରେ ଗାଧୋଉଥିବା ସମୟରେ ବାଲିରେ ପୋତି ହୋଇଥିବା ଏ ପଥରଟିକୁ ପାଇ ନଦୀରେ ପକାଇଥିଲେ । ହେଲେ ପଥରଟି ବୁଡ଼ିବା ପରିବର୍ତ୍ତେ ଭାସିବାକୁ ଲାଗିଥିଲା । ଆଉ ଏ କଥା ପ୍ରଘଟ ହେବା ପରେ ଏହି ପଥରଟିକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଭିଡ ଲାଗିଛି ।ପଥରଟିର ଓଜନ ପାଖାପାଖି ୪ କେଜି ହୋଇଥିବା ବେଳେ ଉକ୍ତ ଭାସମାନ ପଥରକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ପୂର୍ବରୁ ବୈତରଣୀ ନଦୀ ଠାରୁ ଭଗ୍ନ ଶିବଲିଙ୍ଗ ମିଳିଥିବା ବେଳେ ଷୋଳମପୁର ନିକଟ ବୈତରଣୀ ନଦୀ ଗର୍ଭରୁ ଅନେକ ବୌଦ୍ଧମୂର୍ତ୍ତି ଉଦ୍ଧାର ହୋଇଥିଲା ।

ଅଧିକ ପଢନ୍ତୁ