‘ଭାର୍ଗବାସ୍ତ୍ର’ର ପରୀକ୍ଷଣ ସଫଳ, ଅନେକ ଡ୍ରୋନକୁ ଆକ୍ରମଣ କରିବାକୁ ସକ୍ଷମ ।

ଭାରତ ଏବେ ଡ୍ରୋନ ବିପଦକୁ ରୋକିବା ପାଇଁ ଏକ ନୂଆ ତଥା ସ୍ୱଳ୍ପ ବ୍ୟୟର ସମାଧାନ ଖୋଜି ବାହାର କରିଛି। ‘ଭାର୍ଗବାସ୍ତ୍ର’ ନାମକ ଏହି ହାର୍ଡ କିଲ ମୋଡ କାଉଣ୍ଟର ଡ୍ରୋନ ଡିଫେନ୍ସ ସିଷ୍ଟମକୁ ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ (ଏସଡିଏଲ) ଡିଜାଇନ ଓ ବିକଶିତ କରିଛନ୍ତି। ଏହି ଭାର୍ଗବାସ୍ତ୍ର ଏକକାଳୀନ ଆସୁଥିବା ମେଞ୍ଚାମେଞ୍ଚା ଡ୍ରୋନକୁ ଆକାଶରେ ନିଶେଷ କରିଦେବ। ଏହି ଡ୍ରୋନ ଡିଫେନସ ସିଷ୍ଟମ ଏହାର ପ୍ରଥମ ପରୀକ୍ଷଣରେ ହିଁ ଉତୀର୍ଣ୍ଣ ହୋଇଛି। ୧୩ ମଇ, ୨୦୨୫ରେ ଓଡ଼ିଶାର ଗୋପାଳପୁରରେ ଆର୍ମି ଏୟାର ଡିଫେନ୍ସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ରକେଟର ତିନୋଟି ପରୀକ୍ଷଣ କରାଯାଇଥିଲା । ମିଳିଥିବା ରିପୋର୍ଟ ଅନୁଯାୟୀ, ଗୋଟିଏ ପରେ ଗୋଟିଏ ରକେଟ୍ ମାଡ଼ କରି ଦୁଇଟି ପରୀକ୍ଷଣ କରାଯାଇଥିଲା । ଦୁଇ ସେକେଣ୍ଡ ମଧ୍ୟରେ ସାଲ୍‌ବୋ ମୋଡ୍‌ରେ ଦୁଇଟି ରକେଟ୍ ନିକ୍ଷେପ କରି ଗୋଟିଏ ପରୀକ୍ଷଣ କରାଯାଇଥିଲା ।

ରିପୋର୍ଟ ଅନୁଯାୟୀ, ସମସ୍ତ ରକେଟ୍ ଆଶାନୁରୂପ ପ୍ରଦର୍ଶନ କରିଛନ୍ତି, ଯାହା ବଡ଼ ଧରଣର ଡ୍ରୋନ୍ ଆକ୍ରମଣକୁ ରୋକିପାରିବ ।ଏହାକୁ ଖାସ କରି ଡ୍ରୋନ ବିପଦର ମୁକାବିଲା ନିମନ୍ତେ ବିକଶିତ କରାଯାଇଛି। ଏହି ସିଷ୍ଟମର ପରୀକ୍ଷଣ ଓଡିଶା ଉପକୂଳର ଗୋପାଳପୁରସ୍ଥିତ ସିୱାର୍ଡ ଫାୟରିଂ ରେଞ୍ଜରେ ହୋଇଥିଲା |ଭାର୍ଗବାସ୍ତ୍ରକୁ ସମୁଦ୍ର ପତ୍ତନରୁ ୫୦୦୦ ମିଟରରୁ ଅଧିକ ଉଚ୍ଚତା ପର୍ଯ୍ୟନ୍ତ ଅଞ୍ଚଳ ସମେତ ବିଭିନ୍ନ ଭୂଖଣ୍ଡରେ ନିୟୋଜିତ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ଡ୍ରୋନ୍ ସିଷ୍ଟମ ଭାରତୀୟ ସେନାର ଆବଶ୍ୟକତା ପୂରଣ କରିପାରିବ। ଅପରେସନ ସିନ୍ଦୁର ସମୟରେ ପାକିସ୍ତାନ ଯେପରି ତୁର୍କୀ ଏବଂ ଚୀନ୍ ଡ୍ରୋନ୍ ବ୍ୟବହାର କରିଥିଲା, ତାହା ସ୍ପଷ୍ଟ କରିଛି ଯେ ଭବିଷ୍ୟତରେ ଭାରତକୁ ନୂତନ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାକୁ ବିଫଳ କରିବାକୁ ପଡ଼ିବ।

ଅଧିକ ପଢନ୍ତୁ

Odisha Darpan Digital