ଭରତପୁର ଘଟଣା: କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ଓ ଅଣ୍ଡା ପକାଇ ପ୍ରତିବାଦ କରିଛି ।

ଭରତପୁର ଥାନା ଘଟଣାରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିରୋଧୀ । ସମସ୍ତଙ୍କର ଗୋଟିଏ ସ୍ୱର, ଦୋଷୀ ଦଣ୍ଡ ପାଉ ଓ ପୀଡ଼ିତାଙ୍କୁ ନ୍ୟାୟ ମିଳୁ । ୨ ପ୍ରମୁଖ ବିରୋଧୀ ବିଜେଡି ଓ କଂଗ୍ରେସ ରାଜଧାନୀରେ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ।ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ବର୍ବରତା ସବୁ ସୀମା ଟପିଛି।ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗକୁ ହାଲକା ଭାବେ ନେଇଛନ୍ତି ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ରାଜ୍ୟରେ ଆଇନ ଶୃଙ୍ଖଳା ଅସମ୍ଭାଳ ହେଲାଣି। ତେଣୁ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ।ରାଜ୍ୟ ସାରା ରାଜନୈତିକ ବିରୋଧ ଭିତରେ ଆଇଆଇସି ଦୀନବନ୍ଧୁଙ୍କୁ ଗିରଫ କରିବାକୁ ଚାପ ବଢୁଛି । ଅନ୍ୟପଟେ ଏହି ଘଟଣାରେ ୭ ରୋଡ ରୋମିଓଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ । ଅନ୍ୟପକ୍ଷେ ବିରୋଧୀ ବିଜେଡି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାଜଧାନୀର ରାଜଭବନ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଭିଯୁକ୍ତ ପୋଲିସ୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି। ଘଟଣାକୁ ନେଇ ସିଧାସଳଖ ଭାବେ ସରକାରଙ୍କୁ ଦୋଷାରୋପ କରିଛି ବିଜେଡି ।କଂଗ୍ରେସ ନିଜର ପୁରୁଣା ଅନ୍ଦାଜରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ଓ ଅଣ୍ଡା ପକାଇ ପ୍ରତିବାଦ କରିଛି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ ।

ଅଧିକ ପଢନ୍ତୁ