ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ଅସଦାଚରଣ ଘଟଣା । ରାଜଭବନ ସମ୍ମୁଖରେ ବିଜେଡିର ବିକ୍ଷୋଭ ସହ ପ୍ରତିବାଦ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯିବ ସ୍ମାରକପତ୍ର । ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଦିଆଯାଇଥିବା ନିର୍ଯାତନାକୁ କଡା ନିନ୍ଦା କରିବା ସହ ନ୍ୟାୟିକ ତଦନ୍ତ ଦାବି କରିଛି ବିଜୁ ଜନତା ଦଳ। ଘଟଣାରେ ପୁଲିସର ସଂପୃକ୍ତି ଥିବାରୁ ପୁଲିସ ତଦନ୍ତ ଉପରେ ଦଳର ଭରସା ନାହିଁ। ଏଥିପାଇଁ ବଚାର ବିଭାଗୀୟ ତଦନ୍ତ କରି ତୁରନ୍ତ ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ବିକ୍ଷୋଭ କରିଛି ବିଜେଡି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡ଼ିଥିବା ବେଳେ ଶହେ ଦିନର ସରକାର କେବଳ ରଙ୍ଗ ବଦଳାଇବାରେ କାମ କରୁଛନ୍ତି ବୋଲି ବିଜେଡି କହିଛି। ଏଠି ଦୋଷୀକୁ ନ୍ୟାୟ ଦେବା ପରିବର୍ତେ ଦୋଷ ଲୁଚା ଯାଉଛି |