ଭାଇଭଉଣୀଙ୍କ ଦେଶର ବିକାଶ ଦେଖାଯାଉନାହିଁ।

ଆଜି ଭୁବନେଶ୍ଵରରେ ସଦସ୍ୟତା ଅଭିଯାନ ଏବଂ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେଇ ନିଜ ବ୍ୟକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ୨୦୪୭ରେ ଭାରତକୁ ବିକଶିତ କରିବା । ଏଥିପାଇଁ ସମସ୍ତଙ୍କ ଯୋଗଦାନ ଜରୁରୀ । ନଡ୍ଡା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ କଟାକ୍ଷ କରିଥିଲେ। ରାହୁଲ ଓ ପ୍ରିୟଙ୍କାଙ୍କ ନାଁ ନ ନେଇ ବର୍ଷିଥିଲେ ନଡ୍ଡା। ନଡ୍ଡା କହିଥିଲେ, ମୋଦୀଙ୍କ ନେତୃତ୍ଵରେ ଭାରତର ବିକାଶ ହୋଇଛି। ଦେଶର ଅର୍ଥନିତୀ ସୁଦୃଢ଼ ହୋଇଛି। ଭାରତ ବିଶ୍ଵର ୫ମ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଥିବାବେଳେ ଖୁବଶୀଘ୍ର ୩ୟ ବୃହତ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। କିନ୍ତୁ ଭାଇଭଉଣୀଙ୍କ ଦେଶର ବିକାଶ ଦେଖାଯାଉନାହିଁ। ସେମାନେ ସବୁବେଳେ ପୁରୁଣା ଢଙ୍ଗରେ ବେକାରୀ, ଗରିବ ସମସ୍ୟାକୁ ପ୍ରସଙ୍ଗ କରୁଛନ୍ତି।ସେ କହିଥିଲେ, ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡର ଯୁକ୍ତ ରାଜନୈତିକ ଦଳ। କଂଗ୍ରେସର ଏପରି ସଦସ୍ୟତା ଅଭିଯାନ ଦେଖିଛନ୍ତି କି ବୋଲି ପ୍ରଶ୍ନ ନଡ୍ଡା ପ୍ରଶ୍ନ କରିଛନ୍ତି। ଏଥିସହ ଏକମାତ୍ର ବିଜେପିରେ ହିଁ ଅତ୍ୟନ୍ତ ସ୍ବଚ୍ଛ ଭାବେ ସଦସ୍ୟତା ଗ୍ରହଣ ହୁଏ ।

ସଦସ୍ୟତା ଗ୍ରହଣ ସରିବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ ବୋଲି ସେ କହିଛନ୍ତି । ବିଜେପିରେ ଜଣେ ନେତାଙ୍କ ପୁଅ ନେତା ହୁଅନ୍ତିନି। ଜଣେ ସାଧାରଣ ଲୋକ ନେତା ହୁଅନ୍ତି।

ଅଧିକ ପଢନ୍ତୁ

Odisha Darpan Digital