ନୂଆଗାଁ:(ପୁଷ୍ପଲତା ପ୍ରଧାନ):ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ର ଦ୍ଵିତୀୟ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ କହିଥିଲେ ଯେ ଦଶପଲ୍ଲା ବିଧାୟକ ଙ୍କ ପାଇଁ ଆଜି ଏହି ମହୋତ୍ସବ ଯାହା ଦ୍ଵାରା ଭାଇ ଚାରା ସୃଷ୍ଟି ହୋଇପାରିଛି । ସମ୍ମାନିତ ଅତିଥି ଭାବେ ନୟାଗଡ ପୌର ପରିଷଦ ଅଧ୍ୟକ୍ଷ ନିରୁପମା ଖଟେଇ ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ,ଜିଲ୍ଲାପରିଷଦ ନୟାଗଡ ଲଗ୍ନଜିତ ରାଉତ, ,ଜିଲ୍ଲା ପରିଷଦ ସଭ୍ୟ ଜୋନ୍ ନଂ ୧୧ ବସନ୍ତ କୁମାର ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ଜୋନ ନଂ ୮ ନରେଶ କୁମାର ବେହେରା,ନୂଆଗାଁ ଥାନା ଅଧିକାରୀ ଶରତ କୁମାର ସେଠୀ, ପଞ୍ଚୁପାଣ୍ଡବ ମହୋତ୍ସବ ଉପ ସଭାପତି ପ୍ରଫୁଲ୍ଲ କୁମାର ବାରିକ,ସମାଜ ସେବୀ ତଥା ମହୋତ୍ସବ କମିଟିର ସଭ୍ୟ ଶୁଭ୍ରାଂଶୁ ଶେଖର ସେନାପତି ଯୋଗଦେଇ ନୂଆଗାଁ ବ୍ଲକ୍ ର କଳା ,ଐତିହ୍ୟ ,ସଂସ୍କୃତି ବର୍ଣ୍ଣନା କରିଥିଲେ । ସମାଜ ସେବୀ ଶିବରାମ ସେନାପତି ଙ୍କୁ ଶତାୟୁ ପୁରୁଷ ଭାବେ ଦଶପଲ୍ଲା ବିଧାୟକ ପୁରସ୍କୃତ କରିବା ସହ ତାଙ୍କ ଆଶୀର୍ବାଦ ନେବା ସହ ନିରାମୟ ଜୀବନ କାମନା କରିଥଲେ।ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ନୂଆଗାଁ ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ।
ଶ୍ରୀଧର ବେହେରା ,ନିଳୀମା ନନ୍ଦ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ସହ ସଂଯୋଜନା କରିଥିଲେ ଗୋପୀନାଥ ସେଠୀ । ନୂଆଗାଁ ବନ୍ଦନା ପଞ୍ଚାୟତ ହାଇସ୍କୁଲ୍ କୋରଡ଼ା ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପରିବେଷଣ କରଯାଇଥିଲା ।ଡାଲଖାଇ, ରସର କେଲି,ରଙ୍ଗବତୀ ନୃତ୍ୟ ପରିବେଷଣ ହୋଇଥିବା ବେଳେ ଅଭିଜିତ ମଜୁମଦାର,ଆଶୁତୋଷ ମହାନ୍ତି ଙ୍କ ସଙ୍ଗୀତ ଦର୍ଶକ ଙ୍କୁ ବିଭୋର କରିଥିଲା।