ଭାଙ୍ଗିଲା ଶ୍ରୀମନ୍ଦିରରେ ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ

ଶ୍ରୀମନ୍ଦିରରେ ଅଘଟଣ । ଶ୍ରୀମନ୍ଦର ନୀଳଚକ୍ରରେ ପତିତପାବନ ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡଟି ଭାଙ୍ଗିଯାଇଛି । ସଂଧ୍ୟା ସମୟରେ ଏଭଳି ଅଘଟଣର ଦୃଶ୍ୟ ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ଅପରାହ୍ନରେ ବାନା ପରିବର୍ତ୍ତନ କରାଯାଇଥାଏ। ତେବେ ଗତ ସନ୍ଧ୍ୟାରେ ଚୁନରା ସେବାୟତ ବାନା ପରିବର୍ତ୍ତନ କରିବାକୁ ଯାଇଥିବା ବେଳେ ଅକ୍ଷୟ ଦଣ୍ଡଟି ଭାଙ୍ଗିଯାଇଥିବା ଦେଖିବାକୁ ପାଇଥିଲେ।ଏଥିପାଇଁ ଶ୍ରୀମନ୍ଦିର ଚୂଡ଼ାରେ ବାନା ବାନ୍ଧି ନପାରି, କେବଳ ନୀଳଚକ୍ରରେ ବାନା ବାନ୍ଧିଛନ୍ତି ଚୁନରା ସେବକ । ଫଳରେ ଶ୍ରୀମନ୍ଦିର ଚୂଡ଼ାରେ ସବୁଦିନ ଫର ଫର ଉଡୁଥିବା ନୀଳଚକ୍ର ବାନା ଗତକାଲି ଉଡ଼ିପାରିନି । ଅକ୍ଷୟ ଦଣ୍ଡ ଭାଙ୍ଗିଯିବା ଅଶୁଭ ସଙ୍କେତ ଦେଉଛି ବୋଲି ଚର୍ଚ୍ଚା ହେଉଛି ।

ଅଧିକ ପଢନ୍ତୁ

Odisha Darpan Digital