ଭାଜପା ଜାତୀୟ ସଭାପତି ନିର୍ବାଚନ ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ

ଭାଜପା ଜାତୀୟ ସଭାପତି ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ। ଆସନ୍ତା ୨୦ ତାରିଖରେ ନିର୍ବାଚନ ଏବଂ ୧୯ ତାରିଖରେ ନାମାଙ୍କନ ଦାଖଲ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ୧୯ ତାରିଖ ଅପରାହ୍ନ ୨ଟାରୁ ୪ଟା ଯାଏ ନାମାଙ୍କନ ପ୍ରକ୍ରିୟା ରହିଛି। ଅପରାହ୍ନ ୪ଟାରୁ ୫ଟା ନାମାଙ୍କନ ଯାଞ୍ଚ, ୫ଟାରୁ ୬ଟା ନାମାଙ୍କନ ପ୍ରତ୍ୟାହାର ସମୟ ରହିଛି । ୨୦ତାରିଖରେ ହିଁ ଘୋଷଣା ହେବ ସଭାପତିଙ୍କ ନାମ । ତେବେ ଯଦି ଜଣେ ହିଁ ବ୍ୟକ୍ତି ନାମାଙ୍କନ ଦାଖଲ କରିବେ ତେବେ ସେହି ଦିନ ହିଁ ତାଙ୍କ ନାମକୁ ଘୋଷଣା କରାଯିବ ।ବର୍ତ୍ତମାନ ନୀତୀନ ନବୀନ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି।ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ୫,୭୦୮ ଭୋଟର ସେମାନଙ୍କର ମତଦାନ ଦେବେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମିଲ ଅଛନ୍ତି। ବର୍ତ୍ତମାନ ନୀତିନ ନବୀନ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି।

ଅଧିକ ପଢନ୍ତୁ