ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲା: ୨ ଯବାନଙ୍କ ସମେତ ୭ ଜଣ ଅଟକ ସୂଚନା

ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ ମିଳିଛି।ସବୁ ଦିଗରୁ ପୋଲିସ ତଦନ୍ତ ଜାରି ରଖିଥିବାବେଳେ କିଛି ମାତ୍ରାରେ ସଫଳତା ମିଳିଛି । କାରଣ ଘଟଣାରେ ୨ ଯବାନଙ୍କ ସମେତ ୭ ଜଣ ଅଟକ ଥିବା ସୂଚନା ରହିଛି । ହତ୍ୟା ପୂର୍ବରୁ ଓ ପରର ସିସିଟିଭି ଫୁଟେଜ୍‌ ପୋଲିସ ସଂଗ୍ରହ କରିଛି । ପୋଲିସ ପୂର୍ବରୁ ଚାରି ଜଣ ସନ୍ଦିଗ୍ଧଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା । ତେବେ ସେମାନଙ୍କ ସଂପୃକ୍ତି ଥିବା କି ନେଇ ସ୍ପଷ୍ଟ ହୋଇନଥିବା ସୂଚନା ମିଳିଛି ।ପୁଲିସ ହାତରେ ଲାଗିଛି ୨ଟି ଦାମୀ କାର । ୪ ଦିନ ତଳେ ଘରକୁ ଫେରୁଥିବା ବେଳେ ପଏଣ୍ଟ୍ ବ୍ଲାଙ୍କରେ ଗୁଳି କରି ଚମ୍ପଟ ମାରିଥିଲେ ୨ ଜଣ ଦୁର୍ବୃତ୍ତ । ସୂଚନାଯୋଗ୍ୟ, ବ୍ରହ୍ମପୁର ବୈକୁଣ୍ଠ ନଗରସ୍ଥିତ ନିଜ ଘର ନିକଟରେ ଆଇନଜୀବୀ ତଥା ଭାଜପାର ସକ୍ରିୟ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା ଘଟଣାର ୭୨ ଘଣ୍ଟା ପରେ ବି ପୋଲିସ କାହାକୁ ଗିରଫ କରିନାହିଁ। ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ସତ୍ତ୍ୱେ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିନାହିଁ। ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି ବାହାସ୍ପୋଟ ମାରୁଛି ପୋଲିସ। ଅଭିଯୁକ୍ତ ଚିହ୍ନଟ ନ ହେବା ଘଟଣାକୁ ନେଇ ସହରରେ ଭିନ୍ନ ଚର୍ଚ୍ଚା ଚାଲିଛି। ପୀତବାସ ରାଜନୀତିରେ ଏକ ପ୍ରମୁଖ ଚେହେରା ହୋଇଥିବାରୁ ହତ୍ୟାକାଣ୍ଡରେ କୌଣସି ରାଜନେତାଙ୍କ ସମ୍ପୃକ୍ତି ଥାଇପାରେ ବୋଲି କେତେଜଣ ଆଲୋଚନା କରୁଛନ୍ତି। ଏପରିକି ଏହି ହତ୍ୟାକାଣ୍ଡରେ ବାଲି ମାଫିଆ ସମ୍ପୃକ୍ତ ଥାଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। ତେବେ ପୁଲିସ ୭ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି
|ପୁଲିସ ଏକାଧିକ ଟିମ ଗଠନ କରି ତଦନ୍ତ ଚଳାଇଛି |ଏକ ୬ ଜଣିଆ ଟିମ ଆନ୍ଧ୍ରପ୍ରଦେଶ ଯାଇଥିବା ସୂଚନା ମିଳିଛି

ଅଧିକ ପଢନ୍ତୁ

Odisha Darpan Digital