ଭାଜପା ସଭାପତି ଭାବେ ଜେପି ନଡା କାର୍ଯ୍ୟକାଳ ପୁଣି ବୃଦ୍ଧି କରାଯାଇଛି। ସେ ଆସନ୍ତା ଜୁନ୍ ପର୍ଯ୍ୟନ୍ତ ଦଳର ସଭାପତି ରହିବେ ବୋଲି ଜଣାପଡିଛି। ଜାନୁଆରୀରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିବା ଏହି ନିଷ୍ପତ୍ତି ରବିବାର ଦଳର ଜାତୀୟ ପରିଷଦ ଦ୍ୱାରା ଅନୁମୋଦିତ ହୋଇଛି।ସୂଚନା ମୁତାବକ ନଡ୍ଡାଙ୍କ କାର୍ଯ୍ୟକାଳକୁ ଜୁନ ୨୦୨୪ ପର୍ଯ୍ୟନ୍ତ ବଢା ଯାଇଛି। ଜୁନ ୨୦୨୪ ପର୍ଯ୍ୟନ୍ତ ନଡ୍ଡାଙ୍କ କାର୍ଯ୍ୟକାଳ ବଢାଇବା ପାଇଁ ବିଜେପି ସଂସଦୀୟ ବୋର୍ଡ ଗତବର୍ଷ ନିଷ୍ପତ୍ତି ନେଇଥିଲା। ସେହି ନିଷ୍ପତ୍ତିକୁ ରବିବାର ବିଜେପି ଜାତୀୟ ପରିଷଦରେ ଅନୁମୋଦନ ମିଳିଛି। ବିଜେପି ସଂସଦୀୟ ବୋର୍ଡ଼ ପକ୍ଷରୁ କାର୍ଯ୍ୟକାଳ ଅବଧି ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କେବଳ ଏତିକି ନୁହେଁ, ଜେପି ନଡ୍ଡାଙ୍କୁ ବଡ଼ ତଥା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ମଧ୍ୟ ଅନୁମତି ଦିଆଯିବ।
ପାର୍ଟି ମୁଖ୍ୟ ଅମିତ ଶାହ କେନ୍ଦ୍ରମନ୍ତ୍ରୀ ହେବାରୁ ଜେ.ପି ନଡ୍ଡା ୨୦୧୯ରେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ଆରମ୍ଭ କରିଥିଲେ। ୨୦୨୦ ମସିହାରେ ସେ ପୂର୍ଣ୍ଣ କାଳୀନ ପାର୍ଟି ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ଗତ ଜାନୁୟାରୀରେ ବିଜେପି ଜାତୀୟ ସଭାପତି ରୂପେ ନଡ୍ଡାଙ୍କ କାର୍ଯ୍ୟକାଳ ବିସ୍ତାର ଘୋଷଣା କାଳରେ ଅମିତ ଶାହ ଟିପ୍ପଣୀ କରିଥିଲେ। କହିଥିଲେ ନଡ୍ଡାଙ୍କ ନେତୃତ୍ୱରେ ବିହାରରେ ଆମର ଷ୍ଟ୍ରାଇକ୍ ରେଟ୍ ସବୁଠୁ ଅଧିକ ଥିଲା। ସେହିପରି ମହାରାଷ୍ଟ୍ରରେ ଏନଡିଏ ବହୁମତ ହାସଲ କରିଛି। ଦଳ ଉତ୍ତପ୍ରଦେଶରେ ବିଜୟୀ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ଆମର ସଂଖ୍ୟା ବଢିଛି। ଆମେ ତାଙ୍କ ନେତୃତ୍ୱରେ ଗୁଜରାଟରେ ମଧ୍ୟ ବିପୁଳ ବିଜୟ ହାସଲ କରିଛୁ।