ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ କ୍ରମାଗତ ଭାରତ ବିରୋଧୀ ବିବୃତ୍ତି ଏବଂ କାର୍ଯ୍ୟ କରି ଚାଲିଛନ୍ତି। ଏହିକ୍ରମରେ ଆଗକୁ ଯାଇ ମାଳଦ୍ୱୀପ ବର୍ତ୍ତମାନ ତୁର୍କୀ ସହିତ ଏକ ଘାତକ ଡ୍ରୋନ କିଣିବା ପାଇଁ ଚୁକ୍ତି କରିଛି। ଏହି ଡ୍ରୋନ ୟୁକ୍ରେନ ଋଷିଆ ବିରୋଧରେ ବ୍ୟବହାର କରୁଥିବାବେଳେ ପାକିସ୍ତାନ ମଧ୍ୟ ଏହାକୁ ବ୍ୟବହାର କରୁଛି।ନିକଟରେ ମୋଇଜୁ ଚୀନ୍ ଗସ୍ତ କରିଥିଲେ, ସେଠାରୁ ଫେରିବାପରେ ଭାରତକୁ ନେଇ ତାଙ୍କର ସ୍ୱର ବଦଳି ଯାଇଛି। ମାର୍ଚ୍ଚ ମଧ୍ୟଭାଗ ସୁଦ୍ଧା ମାଲଦ୍ୱୀପରୁ ସେନା ପ୍ରତ୍ୟାହାର କରିନେବାକୁ ମୋଇଜୁ ଭାରତକୁ ସମୟ ଦେଇଛନ୍ତି।
ମାଳଦ୍ୱୀପ, ନିଜର ବିଶାଳ ଉପକୂଳ ଓ ସମୁଦ୍ର ସୀମା ଉପରେ ନଜର ରଖିବାକୁ ଏହି ଡ୍ରେନ କିଣୁଥିବା କହିଛି। ମାଳଦ୍ୱୀପ ଏବେ ଭାରତ ବିରୋଧୀ ଦେଶ ସହ ନିଜର ସମ୍ପର୍କ ବଢାଇଛି। ନିକଟରେ ମୋଇଜୁ ପ୍ରଥମ ଥର ତୁର୍କୀ ଗସ୍ତ କରିବା ସହ ତୁର୍କୀ କମ୍ପାନୀ ବାୟକର ସହ ୩୭ମିଲିୟନ ଡଲାରର ଚୁକ୍ତି କରିଛନ୍ତି।