ଭାରତକୁ ଜାଭେଲିନ୍ କ୍ଷେପଣାସ୍ତ୍ର ପ୍ରଣାଳୀ ବିକ୍ରି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଅନୁମୋଦନ । ୯୨ ଦଶମିକ ୮ ନିୟୁତ ଡଲାର ମୂଲ୍ୟର ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଭାରତକୁ ବିକ୍ରି ପାଇଁ ଆମେରିକା ଅନୁମୋଦନ କରିଥିବା ଆମେରିକା ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି- ଡିଏସସିଏ ପକ୍ଷରୁ ବିବୃତି ଜାରି କରାଯାଇଛି ।ଜାଭେଲିନ୍ ଏକ ଉନ୍ନତ ଆଣ୍ଟି ଟ୍ୟାଙ୍କ ମିସାଇଲ୍। ଏହା ଭୂମିରୁ ନିକ୍ଷେପ କରାଯାଇପାରିବ। ଶତ୍ରୁର ଟ୍ୟାଙ୍କର ଓ ଠିକଣାକୁ ନଷ୍ଟଭ୍ରଷ୍ଟ କରିଦେବ। ଦୁଇ ଦେଶ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୪୫.୭ ମିଲିୟନ ଡଲାରର ଡିଲ୍ ହେବ। ପ୍ରଥମ ପ୍ୟାକେଜ୍ରେ ଜାଭେଲିନ୍ ଏଫଜିଏମ୍-୧୪୮ ମିସାଇଲ୍, ୧ ଟେଷ୍ଟ ଫ୍ଲାଇ-ଟୁ-ବାଏ ମିସାଇଲ, ୨୫ ଜାଭେଲିନ ଲାଇଟୱେଟ୍ କମାଣ୍ଡ ଲଞ୍ଚ ୟୁନିଟ୍ ସାମିଲ ରହିଛି। ଏହି ପ୍ୟାକେଜରେ ଅନ୍ୟ ପ୍ରମୁଖ ରକ୍ଷା ଉପକରଣ ବି ସାମିଲ ରହିଛି। ୪୭.୧ ମିୟନ ଡଲାରର ଦ୍ଵିତୀୟ ପ୍ୟାକେଜ୍ ରହିଛି। ଏହି ପ୍ୟାକେଜ୍ରେ ଏକ୍ସକ୍ୟାଲିବର ପ୍ରୋଜେକ୍ଟାଇଲ୍ସ ଏବଂ ସମ୍ବନ୍ଧିତ ଉପକରଣ ବିକ୍ରି ପାଇଁ ମଞ୍ଜୁରି ମିଳିଛି। ଏହି ଡିଲ୍ ଯୋଗୁଁ ଦୁଇ ଦେଶର ସମ୍ପର୍କରେ ସୁଧାର ଆସିବ।
